www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା କୃଷି ଉଦ୍ୟମୀ ତାଲିମ କାର୍ୟ୍ୟକ୍ରମ ଉଦଯାପିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକର ଲାଣ୍ଡିବନ୍ଧ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ୧୩ ଦିନ ବ୍ୟାପି ଚାଲିଥିବା ମହିଳା କୃଷି ଉଦ୍ୟମୀ ତାଲିମ କାର୍ୟ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ବ୍ଲକର ମହିଳା ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ କାର୍ୟ୍ୟକ୍ରମରେ ଡି. ଡ଼ି ଏମ ନାବାର୍ଡ ସତ୍ୟ ସ୍ୱରୂପ ବିଦାନ୍ତ, ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଏବଂ ଏପିଡି କ୍ରେଡିଟ ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଯୋଗ ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଶିଶିର କୁମାର ମହନ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାଟି ପରିଚାଳନା, ମିଶ୍ରିତ ଚାଷରେ ଲାଭ, ଜୈବିକ ପଦ୍ଧର୍ତୀ ଚାଷ, କଲମୀକରଣ, ନର୍ସରୀ ପରିଚାଳନା ତଥା ଛେଳି, କୁକୁଡ଼ା, ଘୁଷୁରୀ ମେଣ୍ଢା, ମାଛ, ଛତୁ ମହୁ ତଥା ଜିଆ ଖତ ତିଆରି ଏବଂ ବିଭିନ୍ନ ଚାଷରେ ରୋଗ ପୋକର ପରିଚାଳନା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories