www.samajalive.in
Sunday, December 14, 2025
26.1 C
Bhubaneswar

ବିଜୁଳି ଓ ପାଣି ଯୋଗାଇବା ନିମନ୍ତେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ନ୍ତଗ ୧୭ ନମ୍ବର ୱାର୍ଡର ମହିଳାମାନେ ପାନୀୟଜଳ ଓ ଡ୍ରେନପାଣି ନିଷ୍କାସନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ସୂଚନା ମୁତାବକ ୧୭ ନମ୍ବର ୱାର୍ଡର କୁଳୁଥନାଳି ପାଣିଟାଙ୍କି ନିକଟରେ ରହୁଥିବା ବସ୍ତିବାସିନ୍ଦାମାନେ ସେଠାରେ ୪୦ବର୍ଷ ହେଲା ବସବାସ କରିଆସୁଛନ୍ତି। ଏହି ବସ୍ତି ବାସୀନ୍ଦାମାନେ ବୌଦ୍ଧ ବିଜ୍ଞାପିିତ ଅଞ୍ଚଳରେ ଭୋଟଦାନ କରୁଥିବାବେଳେ ସେମାନଙ୍କ ବାସଗୃହ ଗୁଡିକରେ ପଞ୍ଚାୟତ ସୀମାରେ ରହିଛି। ତେଣୁ ସେମାନଙ୍କୁ ପାନୀୟଜଳ,ବିଦ୍ୟୁତ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ। ବସ୍ତିକୁ ଏପର୍ଯ୍ୟନ୍ତ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇପାରିନାହିଁ। ବୁଟୁପାଲି ଅଞ୍ଚଳର ସମସ୍ତ ନର୍ଦ୍ଦମା ପାଣି ଏହି ବସ୍ତି ଅଞ୍ଚଳରେ ଜମା ହୋଇ ରହୁଅଛି। ଡ୍ରେନ ନିର୍ମାଣ କରି ନର୍ଦ୍ଦମା ଜଳ ନିଷ୍କାସନ କରିବାକୁ ବହୁଦିନରୁ ଅଭିଯୋଗ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରିନାହିଁ। ତେଣୁ ବସ୍ତିର ମହିଳାମାନେ ବିଜୁଳି ଓ ପାଣି ଯୋଗାଇଦେବା ଦାବିରେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବାପାଇଁ ନିବେଦନ କରିଥିବା ଜଣାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories