www.samajalive.in
Sunday, December 14, 2025
26.1 C
Bhubaneswar

ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ଉନ୍ନୟନ ସମୀକ୍ଷା

ଆଠଗଡ଼: ଆଠଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ଆଠଗଡ଼, ତିଗିରିଆ ବ୍ଲକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଲକର ୬ଟି ପଞ୍ଚାୟତରେ ନିର୍ମାଣାଧିନ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଆଦିର ନିର୍ମାଣ କାର୍ଯ୍ୟ ସଂପର୍କରେ ଏକ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ, ତିଗିରିଆ ବିଡିଓ ପ୍ରଣବ କୁମାର ବେହେରା, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଆଠଗଡ଼ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ତିଗିରିଆ ସହକାରୀ ବ୍ଲକ ଶିକ୍ଷାଧିକାରୀ ନିଳକଣ୍ଠ ସାହୁ, ଆଠଗଡ଼ ସିଡିପିଓ ନବେଦିତା ରାୟ, ତିଗିରିଆ ସିଡିପିଓ ସତ୍ୟଭାମା ବିଶୋଇ, ଟାଙ୍ଗୀ-ଚୌଦ୍ୱାର ସିଡିପିଓ ମନୋରମା ସ୍ୱାଇଁ, ଆଠଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ଖାଡେଙ୍ଗା, ଟାଙ୍ଗୀ-ଚୌଦ୍ୱାର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ରାଉତଙ୍କ ସମେତ ବିଭିନ୍ନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଠଗଡ଼, ତିଗିରିଆ ଓ ଟାଙ୍ଗୀ-ଚୌଦ୍ୱାରର ବିଭିନ୍ନ ପଞ୍ଚାୟତରେ ନିର୍ମାଣାଧିନ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବା ଏବଂ ନିର୍ମାଣ ଆରମ୍ଭ ହୋଇନଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକର ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସେହିପରି ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ୫-ଟି ବିଭାଗ ଦ୍ୱାରା ରୂପାନ୍ତର ହେବାକୁ ଥିବା ହାଇସ୍କୁଲ ଗୁଡିକର ନିିର୍ମାଣ କାର୍ଯ୍ୟକୁ ଉଚ୍ଚମାନର କରିବା ସହିତ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଲାଗି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତୱାରୀ ଏହି ସବୁ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories