ହରଭଙ୍ଗା: ହରଭଙ୍ଗା ବ୍ଲକ ବନ୍ଧାପଥର କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାର ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ବୌଦ୍ଧ ଭିଜିଲାନ୍ସ ପକ୍ଷରୁ ଏକ ମିସକେଶ ଡାଏର କରାଯାଇ ଭିଜିଲାନ୍ସ ଇନିସପେକ୍ଟର ଜଗବନ୍ଧୁ ଅଙ୍ଗରିଆଙ୍କ ନେତୃତ୍ୱରେ ପୂର୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରତୀକ୍ ଦାସ,ଯନ୍ତ୍ରୀ ଗୌରମୋହନ ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଣବ ବେହେରାଙ୍କ ଉପସ୍ଥିତିରେ ଘଟଣାର କ୍ଷେତ୍ରୀୟ ତଦନ୍ତ କରାଯାଇଥିଲା। ଏହା ସହିତ ମଣ୍ଡପ ନିର୍ମାଣ ପାଇଁ ହୋଇଥିବା ଫାଉଣ୍ଡେସନ ସହିତ ପିଲାର ନିର୍ମାଣ ପାଇଁ ଠିଆ ହୋଇଥିବା ଲୁହାଛଡର ମାପଚୁପ୍ କରାଯାଇଛି। ମାପଚୁପ୍ ପରେ ପୂର୍ତବିଭାଗ ବୈଷୟିକ ଦଳର ରିପୋର୍ଟ ଆଧାରରେ ର୍ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Popular Categories



