www.samajalive.in
Thursday, December 11, 2025
18.1 C
Bhubaneswar

୬୦ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

କଲକାତା : ବଲିଉଡରେ ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଜଗତର ବରିଷ୍ଠ ଅଭିନେତା ଆଶିଷ ବିଦ୍ୟାର୍ଥୀ ଗୁରୁବାର ଆସାମର ରୂପାଲି ବରୁଆ (୫୦)ଙ୍କୁ ଦ୍ବିତୀୟ ବିବାହ କରିଛନ୍ତି । ତେବେ ଆଶିଷ ୬୦ବର୍ଷ ବୟସରେ ଏହି ବିବାହ କରିଛନ୍ତି । ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ଓଡିଆ ଓ ଅନ୍ୟାନ୍ୟ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଆଶିଷଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରାଜୋଶୀ ବରୁଆ। ମାତ୍ର ରାଜୋଶୀଙ୍କୁ ସେ ଛାଡପତ୍ର ଦେଇଛନ୍ତି । ଆଶିଷଙ୍କ ଔରସରୁ ରାଜୋଶୀଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ଦ୍ବିତୀୟ ପତ୍ନୀ ରୂପାଲୀ ଗୁଆହାଟିର ବାସିନ୍ଦା ହୋଇଥିବାବେଳେ କଲକାତାରେ ଏକ ଫେସନ ଡିଜାଇନର ଉଦ୍ୟୋଗ ଚଳାଉଛନ୍ତି। ଗୁରୁବାର ପ୍ରଥମେ ଉଭୟ ଅଦାଲତରେ ବିବାହ କରିଥିଲେ। ପରେ ଉଭୟ କେରଳ ଓ ଆସାମ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ବିବାହ ଉତ୍ସବରେ ଉଭୟ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ। ୬୦ବର୍ଷରେ ବିବାହକୁ ନେଇ ଆଶିଷ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ଅଲଗା ଅନୁଭୂତି । ଆଶିଷ ୧୧ଟି ଭାଷାରେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବିଶେଷ କରି ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ୧୯୯୫ରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories