www.samajalive.in
Sunday, December 14, 2025
23.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ଅଙ୍ଗନୱାଡି ଉପରେ ଝୁଲିଛି ଆଜବେଷ୍ଟ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବସନ୍ତପଡାଠାରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଦିନ ଅପରାହ୍ନରେ ପବନରେ ଉଡି ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି।  ଛାତଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ  ଅଙ୍ଗନୱାଡି କେନ୍ଦ୍ର ଯାଉଥିବା ଶିଶୁ ଓ ଗର୍ଭବତୀ ମହିଳା ମାନେ ଭୟଭୀତ ହୋଇ କେନ୍ଦ୍ରକୁ ଯାଉନାହାନ୍ତି। ଏହାକୁ ନେଇ ଅଭିଯୋଗ କରି ଘଟଣାଟି ଘଟି ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଏହାର ସମାଧାନ ହୋଇ ପାରି ନାହିଁ। ବିପଦ ସଙ୍କୁଳ ଭାବେ ଥିବା ଛାତ ଗଳି ପଡ଼ିବ ବୋଲି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ଯେ, ବସନ୍ତପଡା ପଞ୍ଚାୟତ ସମ୍ମୁଖରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ବହୁଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା। ଏହି ପରିସ୍ଥିତିରେ ଏହାର ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ପୁଷ୍ପାଞ୍ଜଳି ମାଝୀ ଉକ୍ତ କେନ୍ଦ୍ରରେ ରହୁଥିବା ବେଳେ ବର୍ଷା ହେଲେ ଛାତରୁ ପାଣି ଗଳିବା ଦେଖି ଗ୍ରାମବାସୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ।
ଏହାପରେ ଜିଲ୍ଲା ସିଡିଏମଓ ଅଫିସ ରୁ ଏନଏଚଏମ୍ ଯନ୍ତ୍ରୀ ବିମଳ ଭୋଇ ଉକ୍ତ କେନ୍ଦ୍ରକୁ ଆସି ତଦନ୍ତ କରିଥିଲେ। ଛାତକୁ ଗ୍ରୀଡିଂ କରିବା ବଦଳରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଅନୁଦାନ ରାଶିରେ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଜବେଷ୍ଟ ଛାତ ଢ଼ାଙ୍କି ଦିଆଗଲା। ଏହି କାମ ଗତ ୨୦୨୨ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ଯୋଗୁଁ ଅଳ୍ପ ପବନରେ ଗତ ଡିସେମ୍ବର ମାସରେ ଛାତର ପୂର୍ବ ପଟ ପବନରେ ଉଡ଼ି ଅନ୍ୟ ପଟେ ଢାଙ୍କି ହୋଇଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟ କର୍ମୀ ଓ ଗ୍ରାମବାସୀ ବ୍ଳକ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିପିଏମ ସୁରଜିତ ସିଂ କୁମାରକୁ ଅଭିଯୋଗ କରିଥିଲେ ।
ପୁଣି ଗତ ସୋମବାର ଦିନ ଛାତଟି ପବନରେ ଉଡ଼ି ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଝୁଲିକି ରହିଛି। ବର୍ତ୍ତମାନ ମଧ୍ୟ ଅଭିଯୋଗ କରି ୪ ଦିନ ବିତି ଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ତଦନ୍ତ କରିବା ପାଇଁ ଆସୁନଥିବା ଯୋଗୁଁ ଶିଶୁ ଓ ଗର୍ଭବତୀ ମହିଳା ମାନେ କେନ୍ଦ୍ରକୁ ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ଏନେଇ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ଵରେ ଥିବା ବିପିଏମ ସୁରଜିତ ସିଂ କୁମାରଙ୍କୁ ପଚାରିବାରୁ ମୁଁ ଗତ ୪ ତାରିଖରେ ବଦଳି ହୋଇ କୋକସରା ବ୍ଲକକୁ ଆସିଛି। କେତେ ଟଙ୍କାର କାମ ହୋଇଥିଲା ଠିକ ଭାବେ ଜାଣିନି ବୋଲି ପ୍ରକାଶ କରିଥିଲେ। ଏଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories