www.samajalive.in
Sunday, December 7, 2025
15.1 C
Bhubaneswar

ମେଟ୍ରୋନ ମହାସଂଘର କାର୍ଯ୍ୟକାରୀ କମିଟି ବୈଠକ 

କେନ୍ଦୁଝରଗଡ଼ : ନିଖିଳ ଓଡିଶା ଲେଡି ମେଟ୍ରୋନ ମହାସଂଘ କେନ୍ଦୁଝର ଶାଖାର କାର୍ଯ୍ୟକାରୀ କମିଟି ବୈଠକ କାର୍ଯ୍ୟକାରୀ ସଭାପତି ଉର୍ମିଳା ଦେହୁରୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ଲେଡି ମେଟ୍ରୋନ ମାନଙ୍କର ୧୦ଦଫା ଦାବି ପୂରଣ ନିମନ୍ତେ ଗତ ଡିସେମ୍ବର ୨୭ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରାଜ୍ୟ ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଓଡିଶା ସରକାରୀ କର୍ମଚାରୀ ସମନ୍ୱୟ ସମିତି ରାଜ୍ୟ ଉପସଭାପତି ପ୍ରଶାନ୍ତ ମହାନ୍ତି ଓ ସମ୍ପାଦକ ସୁଜିତ କୁମାର ନାୟକ, ଉପସଭାପତି ଝରଣା ମହାନ୍ତ ଏବଂ ଅନ୍ୟ ଜିଲାମାନଙ୍କର ପ୍ରମୁଖ କାର୍ଯ୍ୟକର୍ତ୍ତା ସରକାରଙ୍କ ଡାକରା ପାଇ ବିଭାଗୀୟ ଅତିରିକ୍ତ ସଚିବଙ୍କ ମେଟ୍ରୋନ ମାନଙ୍କ ୧୦ଦଫା ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ତୁରନ୍ତ ଦାବି ପୁରଣ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ୧୦ଦଫା ଦାବି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ଦାବି ପୁରଣ ହୋଇଥିବା ବେଳେ ଅନ୍ୟ ଦାବି ତୁରନ୍ତ ପୁରଣ ନହେଲେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପୁଣିଥରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାସଂଘର ରାଜ୍ୟ ଉପସଭାପତି ଝରଣା ମହାନ୍ତ, ଯୁଗ୍ମ ସମ୍ପାଦିକା ପୁଷ୍ପଲତା ମହାନ୍ତ ପ୍ରମୁଖ ଏହି ବୈଠକରେ ଯୋଗଦେଇ ୧୦ଦଫା ଦାବି ତୁରନ୍ତ ପୁରଣ କରାନଗଲେ ବାଧ୍ୟ ହୋଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories