www.samajalive.in
Saturday, December 13, 2025
26.1 C
Bhubaneswar

କାଳ ବୈଶାଖୀ, କଇଁଣ୍ଡାରେ ଭାଙ୍ଗିଲା ଘର

ପାଟଣା : କାଳ ବୈଶାଖୀ ବର୍ଷା ପବନରେ ଗତକାଲି ସନ୍ଧ୍ୟାରେ ବହୁ ଘର କ୍ଷତି ଗ୍ରସ୍ଥ ହୋଇଥିବା ସୂଚନା ମିଳିଛି । କଇଁଣ୍ଡା ଗ୍ରାମରେ ଗୋବିନ୍ଦ ବେହେରା, ଚିତ୍ରସେନ ବେହେରା, କଂସଲା ବେହେରା, ଜନ୍ମେଜୟ ବେହେରା, ସରସ୍ୱତୀ ବେହେରା, ଭାଗବତ ବେହେରା, ଧ୍ୟାନ ବେହେରା, ରବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା, ଉଗ୍ରସେନ ବେହେରା, ମଣ୍ଟୁ ବେହେରା, ସୁଦେଶ ବେହେରା ପ୍ରମୁଖଙ୍କ ଘର ଘୁର୍ଣ୍ଣିଝଡ଼ରେ  କ୍ଷତିଗ୍ରସ୍ଥ ହୋଇଛି । ଏମାନେ ସମସ୍ତେ କଇଁଣ୍ଡା ଗ୍ରାମ ଚତୁରୀ ସାହିର ବାସିନ୍ଦାର ଅଟନ୍ତି । ସ୍ୱଳ୍ପ ସମୟ ପାଇଁ ଏହି ବର୍ଷା ପବନ ସାହିକୁ ଛାର ଖାର କରି ଦେଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି । କ୍ଷତିଗ୍ରସ୍ଥଙ୍କୁ ଗୃହ ମରାମତି ପାଇଁ ସହାୟତା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories