www.samajalive.in
Friday, December 12, 2025
16.1 C
Bhubaneswar

ବିଜେପି ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି

କଣ୍ଟାବାଞ୍ଜି : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏକ ସମ୍ବାଦିକ ସମ୍ମିଳନୀରେ ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି।
ବିଜେପି ଜିଲ୍ଲା ସଭାପତି ସୂଚନା ଅନୁସାରେ ପାଟଣାଗଡ଼ ତମିଆ ଛକରେ ବୁଧବାର ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କ ଗାଡି ଧକ୍କାରେ ଇନପୁର କଲୋନୀ ପଡାର ଆଦିବାସୀ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ତେବେ ସାଂସଦଙ୍କ ଗାଡିରେ ସାଂସଦ ଉପସ୍ଥିତ ନଥିଲେ ବୋଲି ସାଂସଦ କହୁଥିବା ବେଳେ ସେହି ଗାଡିରେ ସାଂସଦ ଥିଲେ ବୋଲି ବିଜେପି ଦାବୀ କରିଛି। ଗାଡିରେ ଯଦି ସାଂସଦ ନଥିଲେ ତେବେ ତାଙ୍କ ସୁରକ୍ଷା କର୍ମୀ କେମିତି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିବା ସହ ସାଂସଦ ନିରଞ୍ଜନ ବିଶି ଆଦିବାସୀ ସମାଜର ଜଣେ ବଡ଼ ସଂଗଠକ ଯାହାଙ୍କ ପାଇଁ ତାଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ପଠାଇଛି । ସେହି ଆଦିବାସୀ ସମାଜର ଜଣେ ଯୁବକକୁ ଦୁର୍ଘଟଣା ଘଟାଇ ମରଣ ମୁହଁରେ ଛାଡି ପଳାଇଯିବା ସାଂସଦଙ୍କ ଅମାନବୀୟ ଓ ଅସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି। ଏଭଳି ଆଚରଣକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ସାଂସଦଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ଦାବୀ କରିଛନ୍ତି। ରାଜ୍ୟ ସରକାର ଯଦି ଦାବୀ ପୂରଣ ନକରନ୍ତି ତେବେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଶ୍ରୀ ମହାନ୍ତି କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories