www.samajalive.in
Friday, December 12, 2025
26.1 C
Bhubaneswar

ସଦର ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ

କେନ୍ଦୁଝରଗଡ଼ : କେନ୍ଦୁଝର ସଦର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର କାର୍ଯ୍ୟାଳୟ ସଭା ଗୃହରେ ଚତୁର୍ଥ ଅଧିବେଶନ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଯୋଜନାରେ ଆସୁଥିବା ପାଣ୍ଠିର ସଦୁପଯୋଗ କରାଯାଇ କିଭଳି ପଞ୍ଚାୟତ ସମିତି ଅଧୀନ ସମସ୍ତ ୨୫ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ନେଇ ବିଡିଓ ବିକାଶ ଚନ୍ଦ୍ର ସାହୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ପାଇପ ଯୋଗେ ଘରକୁ ଘର ପାନୀୟଜଳ ଯୋଗାଣ ନେଇ ବହୁ ସଦସ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ପଞ୍ଚାୟତର ଅଧିକାଂଶ ଗ୍ରାମରେ ଏପର୍ଯ୍ୟନ୍ତ ପାଇପ ବିଛା ଯାଇନଥିବା ସଦସ୍ୟ- ସଦସ୍ୟା ଅଭିଯୋଗ କରିଥିଲେ। ସେହିଭଳି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଅଶୋକ କୁମାର ସାହୁଙ୍କ ବଦଳି ହୋଇଥିବା ବେଳେ ତାଙ୍କୁ ତୁରନ୍ତ ରିଲିଭ କରିବାକୁ ସ୍ଥାନୀୟ ପଦ୍ମପୁର ସମିତିସଭ୍ୟ ବୈଠକରେ ଉପସ୍ଥିତ ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍‌‌ ବ୍ୟତୀତ କୃଷି ବିକାଶ, ଯୋଗାଣ ଓ ସାମାଜିକ ସୁରକ୍ଷାର କାର୍ଯ୍ୟକାରୀତା ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ପଞ୍ଚାୟତ ସମିତି ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ମହାନ୍ତ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ, ସଦର ପଞ୍ଚାୟତ ସମିତି ଅଧୀନ ୫ନଂ ଜୋନ ଜିଲାପରିଷଦ ସଦସ୍ୟ ରଥ ମୁଣ୍ଡା ଓ ୬ନଂ ଜୋନ ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ବ୍ଲକର ସମସ୍ତ ୨୫ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ସହକାରୀ ଯନ୍ତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ତଥ୍ୟ ପ୍ରଦାନ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories