www.samajalive.in
Tuesday, December 9, 2025
15.1 C
Bhubaneswar

ଦେଓଗାଁରେ ସମ୍ପନ୍ନ ହେଲା ଶିବ ବିବାହ

ଦେଓଗାଁ: ବ୍ଳକର ବିଭିନ୍ନ ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ସହ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦେଓଗାଁ ସୋଗିସଗାର ସ୍ଥିତ ଯୁଗେଶ୍ୱର ବାବାଙ୍କ ମନ୍ଦିରରେ ଦେବ ବିବାହ ପାରମ୍ପରିକ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଛି। ଏଥିରେ ବର ପିତା ଭାବରେ ଗୋବର୍ଦ୍ଧନ ଦଲାଇ ଓ ତାଙ୍କ ପତ୍ନୀ ସ୍ବର୍ଣ୍ଣକାନ୍ତି ଦଳାଇ ରହିଥିବା ବେଳେ କନ୍ୟା ପିତା ଭାବେ ଆଜେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ କନକ ମଞ୍ଜରୀ ସାହୁ ରହିଥିଲେ। ସାଧୁ ନାୟକ ଓ ନାୟକ ବିବାହ କାର୍ଯ୍ୟରେ ପୂଜକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଚଳିତ ବର୍ଷର ଏହି ଯାତ୍ରାରେ ଘନଶ୍ୟାମ ବାରିକ ସଭାପତି, ପୂର୍ବତନ ସରପଞ୍ଚ ଚନ୍ଦ୍ରଚୂଡ଼ ବେହେରା ସମ୍ପାଦକ ଦାୟିତ୍ୱରେ ଥିବା ବେଳେ ବିନାୟାକ ବାରିକ, ଖିରୋଦ ସେଟ, ନିରୋଜ ସାହୁ, ଛତ୍ରପତି ସାହୁ, ପ୍ରଦୀପ ସାହୁ, ବିରେନ ଜୁଏଡ଼ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories