www.samajalive.in
Sunday, December 14, 2025
26.1 C
Bhubaneswar

ମିଲେଟ ମିଶନ ପକ୍ଷରୁ ସଚେତନତା ରଥ

ପାଟଣା : କେନ୍ଦୁଝର ଜିଲ୍ଲା କୃଷି ବିଭାଗର ମିଲେଟ ମିଶନ ତରଫରୁ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ଜୁନ ୫ ବିଶ୍ୱ ପରିବେଶ ସଚେତନତା ଦିବସ ଉପଲକ୍ଷେ ଏକ ସଚେତନତା କାର୍ୟ୍ୟକ୍ରମ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲାର ୧୧ ଟି ବ୍ଲକ ରେ ୧୧ ଟି ରଥ ବୁଲିବାର କାର୍ୟ୍ୟକ୍ରମକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମ ଅନୁସାରେ ପାଟଣା ବ୍ଲକ ର ୨୦ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ରଥ ପରିକ୍ରମା କରି ମାଣ୍ଡିଆ ଚାଷ ଉପରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ୨୩ ତାରିଖ ଠାରୁ ୨୬ ତାରିଖ ପର୍ୟ୍ୟନ୍ତ ଚାରି ଦିନ ଧରି ଚାଲିବାର କାର୍ୟ୍ୟକ୍ରମ ରହିଛି । ଏହି ମିଲେଟ ମିଶନ କାର୍ୟ୍ୟକ୍ରମକୁ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଭାରତ ହାତକୁ ନେଇ କାର୍ୟ୍ୟ କରୁଛି , ଏଣୁ ଜନ ସାଧାରଣଙ୍କୁ ଅନୁରୋଧ ସମସ୍ତେ ଏହି କାର୍ୟ୍ୟକ୍ରମରେ ସାମିଲ ହୁଅନ୍ତୁ । ଏହାର ସୁବିଧା ସୁଯୋଗ ନେଇ ମିଲେଟ ମିଶନ କାର୍ୟ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରନ୍ତୁ ବୋଲି ଉଦଘାଟନ ପର୍ବରେ ଉପସ୍ଥିତ ଥିବା ଭାରତ ସଂଗଠନର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ, ତୃପ୍ତିଶିଖା ନାୟକ ଓ ତ୍ରିଲୋଚନ ମହାନ୍ତ ଜନସାଧାରଣଙ୍କୁ ସୂଚନା ଦେଉଛନ୍ତି। ପାଟଣା ବ୍ଲକର ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରୁ ଏହି ରଥ ପାଟଣା ବ୍ଲକ ଅଞ୍ଚଳ ପରିକ୍ରମାରେ ବାହାରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories