www.samajalive.in
Sunday, December 7, 2025
23.1 C
Bhubaneswar

ବ୍ଲକସ୍ତରୀୟ ବଳରାମ ମାସ ଋଣ ଅସୁଲି ମେଳା

କଲମପୁର : କଲମପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ବ୍ଲକସ୍ତରୀୟ ବଳରାମ ମାସ ଋଣ ଅସୁଲି ମେଳା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଭାରତୀୟ ଷ୍ଟେଟବ୍ୟାଙ୍କ କଲମପୁରର ଶାଖା ପରିଚାଳକ ସରୋଜ କୁମାର ମେହେର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କଲମପୁର ଶାଖା ପରିଚାଳକ ରଘୁନାଥ ନାଏକ ପ୍ରସାଦ, ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ ରିଆନୁଜ ଏକ୍କା ପ୍ରମୁଖ ମଞ୍ଚାସୀନ ଥିଲେ। ବଳରାମ ଯୋଜନାରେ ଭୂମି ହୀନ ଭାଗ ଚାଷୀ ଏବଂ ମହିଳା ଚାଷୀଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସମ୍ବନ୍ଧରେ ବୁଝାଇଥିଲେ। ଏହାସହ କିଛି ଗୋଷ୍ଠୀଙ୍କଠାରୁ ଋଣ ଅସୁଲି କରାଯାଇଥିଲା। ଏପରିକି ଯୋଜନା ସମ୍ବନ୍ଧରେ ଉପସ୍ଥିତ ଥିବା ସମବାୟ ସମିତିର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ତ୍ରିଭୁବନ ପ୍ରଧାନୀ, ଧର୍ମେନ୍ଦ୍ର ନାଏକଙ୍କ ସମେତ କୃଷି ବିଭାଗରୁ ବିରଞ୍ଚି ମାଝୀ, ପ୍ରଭାସିନୀ ପାତ୍ର, ଅବିନାସ ମୁଣ୍ଡ ପ୍ରମୁଖଙ୍କ ସମେତ ସମସ୍ତ କୃଷି କର୍ମୀ, କୃଷକ ସାଥି, ଚାଷୀ, ମହିଳା ଗୋଷ୍ଠୀର ସଭ୍ୟାଙ୍କ ସମେତ ଓଡ଼ିଶା ଜୀବିକା ମିଶନର ପ୍ରମୁଖ କର୍ମକର୍ତାମାନେ ଯୋଗ ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories