www.samajalive.in
Friday, December 12, 2025
15.1 C
Bhubaneswar

୭୦୦ ମିଟର ପଛକୁ ଫେରିଲା ଟ୍ରେନ୍‌

ଚେରିଆନାଡ଼ : କେରଳର ଆଲ୍ଲାପୁଝା ଜିଲା ଅନ୍ତର୍ଗତ ଚେରିଆନାଡ଼ ରେଳ ଷ୍ଟେସନ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ମାଭେଲିକାରା ଓ ଚେଙ୍ଗାନୁର ମଧ୍ୟସ୍ଥ ଚେରିଆନାଡ ଷ୍ଟେସନରେ ଟ୍ରେନ୍‌ରେ ଚଢ଼ିବାକୁ ଓ ଓହ୍ଲାଇବାକୁ ଯାତ୍ରୀ ଅପେକ୍ଷା କରିଥିଲାବେଳେ ସୋରାପୁରଗାମୀ ବେନାଦ ଏକ୍ସପ୍ରେସ୍‌ ଟ୍ରେନ୍‌ ନଅଟକି ସିଧା ଚାଲିଯାଇଥିଲା। ପ୍ରାୟ ୭୦୦ମିଟର ଯିବା ପରେ ଏହା ଅଟକିଥିଲା ଏବଂ ପଛକୁ ଫେରି ଯାତ୍ରୀଙ୍କୁ ନେଇଥିଲା। ସକାଳ ୭ଟା ୪୫ରେ ଏଭଳି ଘଟିଥିଲା। ଟ୍ରେନ୍‌ର ଲୋକୋ ପାଇଲଟ୍‌ ଷ୍ଟେସନ୍‌ ମାଷ୍ଟରଙ୍କଠାରୁ କୌଣସି ସୂଚନା(ସିଗନାଲ) ନ ପାଇବାରୁ ଦ୍ବନ୍ଦ୍ବରେ ପଡ଼ି ଚାଳକ ଷ୍ଟେସନରେ ଗାଡ଼ିକୁ ଅଟକାଇ ନଥିଲେ; ତଥାପି ୫୦୦ମିଟର ଅତିକ୍ରମ କରିବା ପରେ ଷ୍ଟେସନ୍ ଛାଡ଼ିଆସିବା ଭୁଲ୍‌ ବୋଲି ଭାବି ଗାଡ଼ି ପଛକୁ ଫେରାଇଥିଲେ। ଏ ନେଇ କୌଣସି ଅଭିଯୋଗ ହୋଇନାହିଁ। ଯାତ୍ରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି; ତେବେ ଚାଳକଙ୍କଠାରୁ ଉଚ୍ଚ କର୍ତ୍ତୃପକ୍ଷ ଜବାବ ତଲବ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories