www.samajalive.in
Sunday, December 7, 2025
14.1 C
Bhubaneswar

ହରଭଙ୍ଗାରେ ୩ ନୂଆ ଜିଆରଏସଙ୍କ ଯୋଗଦାନ: ପୂରଣହେଲା ୧୫, ଖାଲିପଡ଼ିଛି ୭ ପଦବୀ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ନୂତନଭାବେ ଗୌତମ ମାଝୀ, ମୀନାକ୍ଷୀ ପାତ୍ର ଏବଂ ବୈକୁଣ୍ଠ ବେହେରା ପ୍ରମୁଖ ୩ଜଣ ଜିଆରଏସ ଯୋଗଦାନ କରିଥିବା ଜଣାପଡ଼ିଛି। ଗୌତମ ମାଝୀଙ୍କୁ ପିତାମ୍ବରପୁର, ମୀନାକ୍ଷୀ ପାତ୍ରଙ୍କୁ ଶଙ୍କୁଲେଇ ଏବଂ ବୈକୁଣ୍ଠ ବେହେରାଙ୍କୁ କରଞ୍ଜକଟା ପଂଚାୟତର ଦାୟିତ୍ୱ ପ୍ରଦାନ କରାଯାଇଛି। ନବ ନିଯୁକ୍ତ ତିନି ଜଣ ଜିଆରଏସଙ୍କ ମଧ୍ୟରୁ ମୀନାକ୍ଷୀ ପାତ୍ରଙ୍କ ଘର ବାଣୀଭୁଷଣପୁର, ଗୌତମ ମାଝୀଙ୍କ ଘର ବଡନନ୍ଦାଗାଡୁ ଏବଂ ବୈକୁଣ୍ଠ ବେହେରାଙ୍କ ଘର ମହାଲ୍ଲିକପଡ଼ା ବୋଲି ଜଣାପଡ଼ିଛି। ଏମାନଙ୍କ ଯୋଗଦାନ ପରେ ବ୍ଲକରେ ଜିଆରଏସ ସଂଖ୍ୟା ୧୫ରେ ପହଞ୍ଚିଛି। ଆବାସ ଦୁର୍ନୀତିରେ ଛନ୍ଦିହୋଇ ଲୋକାୟୁକ୍ତ ଛାଟରେ କରଞ୍ଜକଟା ପଂଚାୟତର ତତ୍କାଳୀନ ଜିଆରଏସ କ୍ଷୀରୋଦ କୁମାର ମହାପାତ୍ର ଚାକିରୀରୁ ବରଖାସ୍ତ ପରେ ଆହୁରି ୭ଟି ଜିଆରଏସ ପଦବୀ ଖାଲିପଡ଼ିଛି। ଗତ ୧୭ ତାରିଖ ଜିଲ୍ଲାପାଳ ୧୧ଜଣ ନବନିଯୁକ୍ତ ଜିଆରଏସଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସେଥିରୁ ୩ଜଣଙ୍କୁ ହରଭଙ୍ଗା, ୫ଜଣଙ୍କୁ ବୌଦ୍ଧ ଏବଂ ୩ଜଣଙ୍କୁ କଣ୍ଟାମାଳ ବ୍ଲକରେ ନିଯୁକ୍ତି ମିଳିଛି।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories