www.samajalive.in
Saturday, December 13, 2025
26.1 C
Bhubaneswar

ଶପଥ ନେଲେ ୩ କ୍ୟାବିନେଟ୍‌ ମନ୍ତ୍ରୀ

ଡେସ୍କ : ବହୁ ପ୍ରତୀକ୍ଷିତ ରାଜ୍ୟ  ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି । ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ଶପଥ ଗ୍ରହଣ କରିଛନ୍ତି ।

ସୋମବାର ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଥମେ  ବିକ୍ରମ କେଶରୀ ଆରୁଖ ଶପଥ ନେଇଥିଲେ। ପରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ସୁଦାମ ମାରାଣ୍ଡି । ତୃତୀୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସାରଦା ପ୍ରସାଦ ନାୟକ ।  ରାଜ୍ୟପାଳ ପ୍ରପେସର ଗଣେଶୀ ଲାଲ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏବେ ବିଭାଗ ବଦଳକୁ ପ୍ରତୀକ୍ଷା ରହିଛି।

- Advertisement -

ସୂଚନାଯୋଗ୍ୟ ଯେ, ଚଳିତ ମାସ ୨୯ରେ ବିଜେଡି ସରକାରର ୫ମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନୂତନ ମନ୍ତ୍ରିମଣ୍ଡଳକୁ ବାଚସ୍ପତିରୁ ମନ୍ତ୍ରୀ ଭାବେ ବିକ୍ରମ ପୁଣିଥରେ ଫେରିଥିବା ବେଳେ ୧୧ ମାସର ବ୍ୟବଧାନ ପରେ ସୁଦାମ ମାରାଣ୍ଡି ଫେରିଛନ୍ତି । ନବୀନଙ୍କ ପଞ୍ଚମ ପାଳିରେ ଶ୍ରୀ ନାୟକଙ୍କୁ ନବାଗତ ଭାବେ ସାମିଲ ହେବାର ଦେଖିବାକୁ ମିଳିବ। ତେବେ ବାଚସ୍ପତି ଆସନରେ କିଏ ବସିବ ତାକୁ ନେଇ ସସପେନ୍ସ ଲାଗି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories