ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ
ଜାତିସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମେ ୨୨ତାରିଖରେ ବିଶ୍ବସ୍ତରରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ। ପୃଥିବୀରେ ଲକ୍ଷାଧିକ ପ୍ରଜାତିର ପ୍ରାଣୀ, ଉଦ୍ଭିଦ ଅଛନ୍ତି। ବିବିଧତା ଥିବା ସତ୍ତ୍ବେ ପ୍ରକୃତିର ନିୟମ ଅନୁସାରେ ଏମାନେ ପରସ୍ପର ଉପରେ ନିର୍ଭର କରିଚାଲୁଛନ୍ତି। କହିବାକୁ ଗଲେ, ଏହା ହେଉଛି ‘ଜୈବ ବିବିଧତା’। ମନୁଷ୍ୟ କାରଣରୁ ବିଭିନ୍ନ ପରିବର୍ତ୍ତନ ହେବାରେ ଲାଗିଛି। ଗଛ କାଟ ଯୋଗୁଁ ତାପମାତ୍ରା ବଢ଼ୁଛି, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ କାରଣରୁ କେତେ ପ୍ରଜାତିର ଜୀବଜନ୍ତୁ ଲୋପ ବି ପାଇଗଲେଣି। ମୁଖ୍ୟତଃ ମନୁଷ୍ୟ ଦ୍ବାରା ହେଉଥିବା ଏହି ପରିବର୍ତ୍ତନ କାରଣରୁ ଜୈବବିବିଧତା ନକାରାତ୍ମକ ଭାବେ ପ୍ରଭାବିତ ହେଉଛି। ବିଶ୍ବବାସୀଙ୍କୁ ଏ ଦିଗରେ ସଚେତନ କରିବାକୁ ଯାଇ ଅନ୍ତର୍ଜାତୀୟସ୍ତରରେ ଜୈବ ବିବିଧତା ଦିବସ ପାଳନ କରାଯାଉଛି।
Comments are closed.