www.samajalive.in
Sunday, December 14, 2025
16.1 C
Bhubaneswar

ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ମେଧାବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ର ଅଗ୍ରଣୀ ଶିକ୍ଷାଭିତ୍ତିକ ଅନୁଷ୍ଠାନ ଫୋରମ ଅଫ ଏକାଡେମିକ୍ସ ଏବଂ ଆଠଗଡ଼ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ଥାନୀୟ ଶ୍ରୀରାମ ପ୍ୟାଲେସ ମଣ୍ଡପଠାରେ ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟର ଶତକଡା ୯୦ରୁ ଉର୍ଦ୍ଧ ନମ୍ବର ରଖି ଏ୧ ଗ୍ରେଡ ପାଇଥିବା ୪୫ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫୋରମ ଅଫ ଏକାଡେମିକ୍ସର ସଭାପତି ଶିକ୍ଷାବିତ୍‌‌ ଡଃ ଦାମୋଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ସ୍ୱାଇଁ, ବିଜେଡି ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ, ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ସାହୁ, ଶିକ୍ଷାବିତ୍‌‌ ଶ୍ରୁତିଧର ପ୍ରଧାନ ଓ ନୀଳମଣି ନାୟକ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଭବିଷ୍ୟତରେ ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ କିପରି ପାରଦର୍ଶିତା ଲାଭ କରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରତ୍ୟେକ ପିଲା ସେମାନଙ୍କ ସଫଳତାର କାହାଣୀ ବ୍ୟକ୍ତ କରିବା ସହ ଭବିଷ୍ୟତରେ ସେମାନେ କଣ କରିବାକୁ ଇଚ୍ଛା ସେ ସଂପର୍କରେ ସୂଚାଇ ଥିଲେ। ଏହି ଅବସରରେ ଓପିଏସଇ ଦ୍ୱାରା ପରିଚାଳିତ ଶିକ୍ଷା ସେବା ପରୀକ୍ଷାରେ ୨୪ତମ ସ୍ଥାନରେ ରହିଥିବା ଆଠଗଡ଼ ଝିଅ ଜ୍ୟୋତି ଷଡଙ୍ଗୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଫୋରମର କର୍ମକର୍ତ୍ତା ଲଳିତମୋହନ ନାୟକ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାତ୍ରନେତା ଶୁଭେନ୍ଦୁ ବେଉରା, ତୋଫାନି ସାମଲ, ମହମ୍ମଦ ଖଲିଦ, ପ୍ରଭଞ୍ଜନ ସେଠୀ ଓ ବିକାଶ ଦୁଆରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories