www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରମର ପରିଭାଷା ବଦଳିଛି, ଶ୍ରମଶକ୍ତିର ସମ୍ମାନ ବଢିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ଏବେ ଶ୍ରମର ପରିଭାଷା ବଦଳିଛି ଓ ଶ୍ରମଶକ୍ତିର ସମ୍ମାନ ବଢିଛି। ଏହା ମୋଦୀ ସରକାର ଯୋଗୁ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଅନୁଗୋଳର ନାଲକୋ ଅଡିଟୋରିୟମରେ ‘ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ’ରେ ଯୋଗଦେଇ ସେ ଏହା କହିଛନ୍ତି।

ସେ କହିଛନ୍ତି, ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ମୂଲ୍ୟକୁ ସର୍ବାଧିକ ବୃଦ୍ଧି ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି। ଶ୍ରମିକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ଗରିବ ଓ ଶ୍ରମିକଙ୍କ ସ୍ୱାର୍ଥ ଏବଂ ହକ୍ ପାଇଁ ଲଢୁଥିବା ସଂଗଠନକୁ ସବୁବେଳେ ସମର୍ଥନ କରିଆସିଛନ୍ତି। ସେ କହିଛନ୍ତି, ଶ୍ରମିକର କୌଣସି ଜାତି ନାହିଁ। ଶ୍ରମିକର ଗୋଟେ ଜାତି ଏବଂ ତାହା ହେଉଛି ପରିଶ୍ରମ କରିବା। ତେଣୁ ନାଲକୋ ମ୍ୟାନେଜମେଣ୍ଟକୁ ସେମାନଙ୍କର କଲ୍ୟାଣ ପାଇଁ ଦାୟିତ୍ୱ ନେବାକୁ ପଡିବ। ଠିକା ଶ୍ରମିକ ମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ଅନ୍ୟାନ୍ୟ ଦାବିକୁ ଯଥୋଚିତ ସମ୍ମାନ ଦେବା ପାଇଁ ନାଲକୋ ପରିଚାଳନା କମିଟିକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories