ଫୁଲବାଣୀ: କନ୍ଧମାଳ ଜିଲ୍ଲା କ ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଜୟଦେବ ଦାସ ନିଜ ଦାୟିତ୍ୱ ତୁଲାଇବା ସହିତ ଉକ୍ତ ବ୍ଳକରେ କୌଣସି ତହସିଲ୍ଦାର ନଥିବା ଯୋଗୁଁ ସେ ଅତିରିକ୍ତ ତହସିଲଦାର ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏଭଳି ସ୍ଥଳେ ଦୁର୍ଗମ ବାଲିଗାଡ଼କ୍ଷ ଗ୍ରାମର ଛାତ୍ରୀ ମାଲିକ ତାମିଲନାଡୁରେ ପିଜି ପଢିବା ପାଇଁ ଜାତିଗତ ପ୍ରଣାମପତ୍ର ଆବେଦନ କରିଥିଲେ। ଅନଲାଇନ ମାଧ୍ୟମରେ ଆବେଦନ କରିବାର ଗତକାଲି ଶେଷ ତାରିଖ ରହିଥିଲା ଫଳରେ ଏହି ସମସ୍ୟା ସଂପର୍କରେ ଛାତ୍ରୀଙ୍କ ବାପା ଅନୁରୁଦ୍ଧ ପ୍ରଧାନ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓ ଶ୍ରୀ ଦାସଙ୍କୁ ଜଣାଇବା ସହିତ ସେ ନିଜ ଗ୍ରାମକୁ ଫେରି ଯାଇଥିଲେ। ବିଡିଓ ସମସ୍ୟା ବୁଝିପାରି ଆବେଦନ କରିବାର ମାତ୍ର ୩୦ ମିନିଟ ମଧ୍ୟ୍ୟରେ ଜାତିଗତ ପ୍ରଣାମ ପତ୍ର ପ୍ରସ୍ତୁତ କରିବା ସହିତ ନିଜେ ଦୁର୍ଗମ ବାଲିଗାଡ଼ା ଗ୍ରାମକୁ ଯାଇ ଛାତ୍ରୀ ଇତିନା ପ୍ରଧାନଙ୍କୁ ପ୍ରଦାନ କରିଥିଲେ।
Popular Categories



