ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚନ୍ଦ୍ର ଶେଖର ବେହେରା ଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲାସ୍କୁଲ, କଚେରୀ ଓ ମହାନଗର ନିଗମର ପୁରୁଣା କାର୍ଯ୍ୟାଳୟ ଠାରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସମ୍ବଲପୁର ଜିଲା ତଥା ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପଦାଧିକାରୀ ଙ୍କ ସମେତ ସହରର ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ।
Popular Categories



