www.samajalive.in
Sunday, December 14, 2025
26.1 C
Bhubaneswar

ସାବିତ୍ରୀ ରଥ ବିଦ୍ୟାପୀଠର ମେଧାବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁର ପଞ୍ଚାୟତର ସାବିତ୍ରୀ ରଥ ବିଦ୍ୟାପୀଠର ୬ଜଣ ବିଦ୍ୟାର୍ଥୀ ଚଳିତବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବାରୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସମସରପୁର କଲ୍ୟାଣ ମଣ୍ଡପରେ ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ ସଭାପତିତ୍ୱ କରି ବ୍ଲକରେ ସାବିତ୍ରୀ ରଥ ବିଦ୍ୟାପୀଠ ଚଳିତ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳ ପାଇବା ସହ ସର୍ବାଧିକ ୬ଜଣ ଏ-୧ ପାଇ ବିଦ୍ୟାଳୟଟି ନିଜୟ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବାରୁ ସମଗ୍ର ଆଠଗଡ ଓ ସମସରପୁର ପଞ୍ଚାୟତ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଯୋଗଦେଇଥିବା ବିଦ୍ୟାଳୟର ଏ-୧ ଗ୍ରେଡ ହାସଲ କରିଥିବା ତଥା ବ୍ଲକରେ ୩ୟ ସ୍ଥାନ ହାସଲ କରିଥିବା ବିସ୍ମିତା ସାହୁଙ୍କ ସମେତ ସ୍ୱାଗତିକା ଲେଙ୍କା, ପ୍ରଜ୍ଞାପାରମିତା ସାହୁ, ସୋମନାଥ ନାୟକ ଓ ରଚିତା ସେଠୀଙ୍କୁ ଏବଂ ସେମାନଙ୍କ ଅଭିଭାବକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ବେହେରା, ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ଗଣ୍ଠିଆ, ସିଆରସିସି ରଞ୍ଜିତ ମହାନ୍ତି, ସ୍କୁଲ ପରିଚାଳନା କମିଟି ସଭ୍ୟ ମନୋରଞ୍ଜନ ଜେନା, ସମିତିସଭ୍ୟ ଲିଲି ମହାପାତ୍ର, ପୂର୍ବତନ ସରପଞ୍ଚ ଅଜୟ କୁମାର ସ୍ୱାଇଁ, ଶିକ୍ଷାବିତ୍‌‌ କିଶୋର ଚନ୍ଦ୍ର ବେହେରା, ହେମନ୍ତ କୁମାର ରାଉତ ଓ ସାମ୍ବାଦିକ ସତ୍ୟ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories