www.samajalive.in
Saturday, December 13, 2025
21.1 C
Bhubaneswar

ନିଃରୋଗ ରହିବାର ସୂତ୍ର ସେଓ

ଏବର ବ୍ୟସ୍ତତାଭରା ଜୀବନଶୈଳୀରେ ଲୋକେ ଫଳ କିଣି ଖାଇବା ଅପେକ୍ଷା ବଜାରରେ ମିଳୁଥିବା ଫଳରସକୁ ଅଧିକ ଉପଯୋଗୀ ମନେକରୁଛନ୍ତି । ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ତାହା ସେମାନେ ଜାଣୁନାହାନ୍ତି । କାରଣ ଏସବୁ ଫଳରସରେ ଚିନି ସହ ରଙ୍ଗ ତଥା ବିଭିନ୍ନ ଦ୍ରବ୍ୟ ମିଶିଥାଏ । ବିଭିନ୍ନ ଅନୁସନ୍ଧାନ କରିବା ପରେ କାନାଡାର ବିଶେଷଜ୍ଞଦଳ ପ୍ରକାଶ କରିଛନ୍ତି ଯେ ଦୈନିକ ଗୋଟିଏ ସେଓ ଖାଇଲେ ଅନେକ ରୋଗରୁ ରକ୍ଷା ପାଇହେବ ।

ଦୈନିକ ସକାଳବେଳା ଗୋଟିଏ ସେଓ ଖାଇଲେ ଯକୃତ ସଂକ୍ରମଣରୁ ରକ୍ଷା ପାଇବା ସହ ଶ୍ବାସ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ।

- Advertisement -

ଯୁବାବସ୍ଥାରୁ ନିୟମିତ ଭାବେ ସେଓ ଖାଇଲେ ମଧୁମେହର ଆଶଙ୍କା ନଥିବା ପ୍ରକାଶ ।

ପିଲାଙ୍କୁ ଘରେ ପ୍ରସ୍ତୁତ କରି ସେଓ ରସ କିମ୍ବା ସେଓ ଖାଇବାକୁ ଦିଅନ୍ତୁ, ଏହା ସେମାନଙ୍କ ମସ୍ତିଷ୍କ ଭଲଭାବେ ପରିଚାଳିତ ହେବା ସହ ସ୍ମୃତି ଶକ୍ତି ପ୍ରଖର ହୋଇଥାଏ ।

ବିଶେଷଜ୍ଞଙ୍କ ମତରେ ନିୟମିତ ସେଓ ଖାଇବା ଦ୍ବାରା ଶରୀରରେ କୋଲଷ୍ଟରଲର ସ୍ତର ନିୟନ୍ତ୍ରିତ ରହିବା ସହ ହୃଦରୋଗ ହେବାର ଆଶଙ୍କା କମ୍ ଥାଏ ।

ଏଣୁ ନିୟମିତ ସକାଳବେଳା ଗୋଟିଏ ସେଓ ଖାଇବା ଅଭ୍ୟାସ ଆରମ୍ଭ କରନ୍ତୁ । ୧ମାସ ମଧ୍ୟରେ ଏହାର ଫରକ୍ ଜାଣିହେବ ବୋଲି ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେଇଛନ୍ତି

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories