www.samajalive.in
Monday, December 8, 2025
27.1 C
Bhubaneswar

୩ ମହିଳା ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ପୁଲିସ ପକ୍ଷରୁ ଶନିବାର ମାଥିଲି ବ୍ଲକର ମହୁପଦର ପଞ୍ଚାୟତ ଅନ୍ତର୍ଗତ ତୁଳସି ପାହାଡ ଠାରେ କୁମ୍ବିଂ ଅପରେସନ କରାଯାଇ ୩ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ଏରିୟା କମାଣ୍ଡର ଯୋଗି କବାସି ଓ ମାଓବାଦୀ ସଦସ୍ୟ ଇଡମେ ମାଣ୍ଡାବୀ, ଜାମିଲି କୁରାମୀଙ୍କୁ ପୋଲିସ ଗିରଫ କରିଛି। ଯୋଗି କବାସିଙ୍କ ଘର ଛତିଶଗଡର ନୀଲାବାଇ ଗ୍ରାମରେ ହୋଇଥିବା ବେଳେ ମାଥିଲି ବ୍ଲକର ବାରା ଗ୍ରାମର ଦାସୁରୁ ଦୁରୁ୍ଆ, ମୁୟା କବାସୀ ହତ୍ୟ କଡାବେଟା ଗ୍ରାମରେ ପ୍ରଜାକୋର୍ଟ କରି ଗ୍ରାମବାସୀଙ୍କୁ ପିଟିବା, ଦୁଲଦୁଲି ଠାରେ ପୋଲିସ ସହ ଗୁଳିବିନୀମୟ, ଗଲିଆ ଗୁଡା ଠାରେ ପ୍ରଜାକୋର୍ଟ କରି ଗ୍ରାମବାସୀଙ୍କୁ ହତ୍ୟା ଧମକ, ଟେମୁରୁ ପାଲ୍ଲୀ ଠାରେ ରାସ୍ତାକାମରେ ନିୟଜିତ ଗାଡିି ପୋଡି, ଭଳିି ଅନେକ ଘଟଣାରେ ଏହି ୩ ଜଣଙ୍କ ସମ୍ପୃକ୍ତି ଥିବା ମାଲକାନଗିରି ଏସପି କହିଛନ୍ତି। ଯୋଗି କବାସୀଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଇଡମେ ଓ ଜାମାଲିଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories