www.samajalive.in
Sunday, December 14, 2025
26.1 C
Bhubaneswar

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ ଓଡ଼ିଶାର ପ୍ରତ୍ୟେକ ସଧବା ନାରୀ ନିଜ ସ୍ବାମୀଙ୍କର ସୁନ୍ଦର ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ପାଳନ କରନ୍ତି। ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରାଯାଇଥାଏ। ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାହୁଏ। ତା’ ପରେ ଶିଳପୁଆକୁ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ଯତ୍ନରେ ସଜାଇ ସାବିତ୍ରୀ ଦେବୀ ରୂପେ ସ୍ଥାପନା କରି ଧୂପ, ଦୀପ, ପୁଷ୍ପ ଅର୍ପଣ ହୁଏ। ପାଚିଲା ଆମ୍ବ, ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ବଢ଼ାଯାଏ। ସାବିତ୍ରୀ ବ୍ରତରେ ଦେବୀ ସାବିତ୍ରୀ, ଯମଦେବତା ଓ ସତ୍ୟବାନଙ୍କୁ ପୂଜା କରାଯାଏ । ପୁରାଣ କାହାଣୀ ଅନୁସାରେ, ଯମରାଜା ଆସି ସତ୍ୟବାନଙ୍କ ପ୍ରାଣ ନେବା ସମୟରେ ସାବିତ୍ରୀ ନିଜ ବୁଦ୍ଧି ଓ ସତୀତ୍ବ ବଳରେ ଯମରାଜଙ୍କ ଠାରୁ ନିଜ ସ୍ବାମୀଙ୍କ ପ୍ରାଣ ଫେରି ପାଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories