www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକାଶ ପାଇଲା ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ମାଧ୍ୟମିକ ଶିକ୍ଷା ପରିଷଦ, କଟକ ପକ୍ଷରୁ ମଧ୍ୟମା ପରୀକ୍ଷା ଫଳ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଧ୍ୟମା ପରୀକ୍ଷା ନିମନ୍ତେ ୩୬୨୭ ଜଣ ପଞ୍ଜୀକରଣ କରିଥିବାବେଳେ ୪୭୯ ଜଣ ପରୀକ୍ଷା ଦେଇନଥିଲେ । ଚଳିତ ମଧ୍ୟମା ପରୀକ୍ଷାରେ ୩୧୧୭ ଜଣ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ-୧ରେ ୧୪ ଜଣ, ଏ-୨ରେ ୫୮୯ ଜଣ, ବି-୧ରେ ୧୦୫୧ ଜଣ, ବି-୨ରେ ୮୩୪ ଜଣ, ସି ଗ୍ରେଡ୍‌ରେ ୪୭୫ ଜଣ, ଡି ଗ୍ରେଡ୍‌ରେ ୧୦୩ ଜଣ, ଇ- ଗ୍ରେଡ୍‌ରେ ୫୧ ଜଣ, ଏଫ୍‌ ଗ୍ରେଡ୍‌ରେ ୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟମା ପରୀକ୍ଷାରେ ପାସ ହାର ୮୫.୯୪ ଶତକଡ଼ା ରହିଛି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଦେବା ପାଇଁ ୫୦୧୮ ଜଣ ପଞ୍ଜୀକରଣ କରିଥିବାବେଳେ ୫୨୮ ଜଣ ପରୀକ୍ଷା ଦେଇନଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୭୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୧ ଜଣ, ବି-୧ରେ ୧୬୮ ଜଣ, ବି-୨ରେ ୭୧୬ ଜଣ, ସି ଗ୍ରେଡ୍‌ରେ ୯୧୩ ଜଣ, ଡି ଗ୍ରେଡ୍‌ରେ ୧୨୦୪ ଜଣ, ଇ ଗ୍ରେଡ୍‌ରେ ୭୨୪ ଜଣ, ଏଫ୍‌ ଗ୍ରେଡ୍‌ରେ ୭୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାରେ ପାସ୍‌ ହାର ୭୫.୦୭ ଶତକଡ଼ା ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories