www.samajalive.in
Monday, December 8, 2025
14.1 C
Bhubaneswar

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢୀ

କାମାକ୍ଷାନଗର : କାମାକ୍ଷାନଗର ଗସ୍ତରେ ରାଜ୍ୟ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢୀ । ସଚିବ ପ୍ରଥମେ ଜନ୍ତାରିବୋଲ ଠାରେ ନିର୍ମାଣ ହୋଇଥିବା ମଡେଲ ଇଞ୍ଜିନିୟରିଙ୍ଗ କଲେଜକୁ ପରିଦର୍ଶନରେ ଯାଇ ସେଠାରେ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ଏହାକୁ କିପରି ଆହୁରି ଉନ୍ନତି କରାଯାଇ ପାଠପଢା ଆରମ୍ଭ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ। ଚଳିତ ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ କରିବାକୁ ପ୍ରୟାସ କରାଯିବା ନେଇ କହିଥିଲେ। ପରେ ପରେ କାନପୂରା କେନାଲ କୂଳରେ ନିର୍ମାଣ ହେଉଥିବା ଏକ ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କକୁ ବୁଲି ଦେଖିଥିଲେ। ଏହାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ। ବିରାଶାଳ ଠାରେ ଥିବା ଏୟାରଷ୍ଟ୍ରିପକୁ ବୁଲି ଦେଖିବା ସହ ଅଧିକାରିଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏୟାରଷ୍ଟ୍ରିପକୁ ବିଶ୍ବସ୍ତରିୟ ଟ୍ରେନିଂ ସେଣ୍ଟର କରାଯିବା ପାଇଁ ଘୋଷଣା ହେବା ପରେ ଏଠାରେ ଥିବା ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ। ପୂର୍ତ୍ତ ବିଭାଗ ତରଫରୁ କରାଯାଉଥିବା ବିଭିନ୍ନ କାମର ସମୀକ୍ଷା ମଧ୍ୟ କରିଥିଲେ। ଶେଷରେ ସୋଗର ଠାରେ ଥିବା ଔଷଧିୟ ଅରଣ୍ୟକୁ ବୁଲି ଦେଖିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories