www.samajalive.in
Sunday, December 14, 2025
14.1 C
Bhubaneswar

‘ହୋ’ ଭାଷାକୁ ସାମ୍ବିଧାନିକ ମାନ୍ୟତା ନେଇ ଦାବି ପତ୍ର

ପାଟଣା: ହୋ ଭାଷା କୁ ଦ୍ବିତୀୟ ରାଜ୍ୟ ଭାଷା ମାନ୍ୟତା ସହ ରାଜ୍ୟ ସରକାରଙ୍କ ପାଠ୍ୟକ୍ରମ ରେ ଅଙ୍ଗନବାଡି ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟକରଣ କରାଯିବା ନେଇ ସର୍ବ ଭାରତୀୟ ହୋ ଭାଷା ତଥା ବିର୍ଶା ମୁଣ୍ଡା ହୋ ସମାଜ ମର୍ଶାଲ ଆକଡ଼ା ସଭାପତି ରାମରାଇ ମୁନ୍ଦିଆଙ୍କ ନେତୃତ୍ବରେ ଏକ ବିଶାଳ ସମାବେଶ ପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି।

ପାଟଣା ବ୍ଲକ ସଭାପତି ସୁଦର୍ଶନ ମୁଣ୍ଡା, ଉପସଭାପତି ସୁବାଷ ପାଡ଼ିଆ, କୋଷାଧ୍ୟକ୍ଷ ବିଜୁ ମୁଣ୍ଡା ଙ୍କ ସହିତ ବିଶ୍ଵ ଆଦିବାସୀ ମହାସଂଘ ସଭାପତି ସୁଦର୍ଶନ ଲୋହାର, ସଦସ୍ୟ ମିଥୁନ ହେମ୍ବ୍ରମ, ଭୁବନ ମୁଣ୍ଡା, ବୁଧୁରାମ ମୁଣ୍ଡା, ପ୍ରଦୀପ ମୁଣ୍ଡା, ବିବେକାନନ୍ଦ ମୁଣ୍ଡା, ବରଜୁ ମୁଣ୍ଡା ଗୋପୀନାଥ ମୁଣ୍ଡା, ବାଙ୍ଗରୁ ମୁଣ୍ଡା, ପିଣ୍ଟୁ ମୁଣ୍ଡା, ପାଟଣା ସରପଞ୍ଚ ବିନତୀ ବାନରା, ସଦର ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ଜିଲ୍ଲା କମିଟି ସଦସ୍ୟ ଜଳଧର ଶୀରକା, ଦୁମ୍ବି ହନହାଗା, ନାରାୟଣ ପୂର୍ତ୍ତି, ଘଟଗାଁ ବ୍ଲକ ସଭାପତି ପ୍ରହଲ୍ଲାଦ ଗାଗରାଇ, ଘଟଗାଁ ବ୍ଲକ ଉପଦେଷ୍ଟା ପାଣ୍ଡବ ଚାତମା, ଧନୁରାମ ମୁଣ୍ଡା, ସରସ୍ଵତୀ ମୁଣ୍ଡା, ବିଳାସୀ ଚାତମା ପ୍ରମୁଖଙ୍କ ମିଳତ ଉଦ୍ୟମରେ ହୋ ସମାଜର ୧ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ପୁରୁଷ ଓ ମହିଳା ହାତରେ ଫ୍ଲାକ କାର୍ଡ ସହ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଆନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରି ପାଟଣା ବ୍ଲକ କାର୍ଯ୍ୟଳୟରେ ପହଁଞ୍ଚି ଥିଲେ। ବିଡ଼ିଓଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ଶାନ୍ତନୁ କୁମାର ସାହୁଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories