www.samajalive.in
Friday, December 12, 2025
23.1 C
Bhubaneswar

ଦୁଇ ମାସ ଧରି ହିତାଧିକାରୀଙ୍କ ମିଳୁନି ଛତୁଆ ଓ ରନ୍ଧା ଖାଦ୍ୟ

କଲମପୁର : ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାରଙ୍କ ଯୋଜନା। ଏହି ସମସ୍ତ ଯୋଜନା ପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚ ହେଉଛି । କିନ୍ତୁ ତୃଣମୂଳସ୍ତରରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମହିଳା ଓ ଶିଶୁ ବିକାଶ ସମନ୍ୱିତ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଗର୍ଭବତୀ ମହିଳା, ପ୍ରସୁତି ମହିଳା ଏବଂ ୭ମାସରୁ ୩ ବର୍ଷର ଶିଶୁଙ୍କ ସମେତ କିଶୋରୀ ବାଳିକା ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଛତୁଆ ପ୍ରଦାନ କରାଯାଉଛି। ଏଥିପାଇଁ ସରକାରଙ୍କ ତହବିଲରୁ ପ୍ରତି ବ୍ଲକ ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। କିନ୍ତୁ ଅନେକ ସ୍ଥଳେ ଛତୁଆ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ତାହା ଗୋଖାଦ୍ୟ ପାଲଟୁଛି । ଏହାସହ ଛତୁଆ ପ୍ରସ୍ତୁତିରେ ସ୍ୱଚ୍ଛତା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ମହିଳା ଗୋଷ୍ଠୀଙ୍କ ପଛରେ ଲାଭଖୋର ବ୍ୟବସାୟୀଙ୍କ ପ୍ରଚ୍ଛନ୍ନ ହାତ ରହୁଛି । ଏଭଳି ସ୍ଥିତିରେ କେତେ ସୁରକ୍ଷିତ ପୃଷ୍ଟିକର ଖାଦ୍ୟ ନାଁ ରେ ଯୋଗାଉଥିବା ଏହି ଛତୁଆ ? କିନ୍ତୁ ଏହି ଛତୁଆ ଯୋଗାଣରେ ମଧ୍ୟ ଅନିୟମିତତା ଦେଖା ଦେଇଛି । ଗତ ମାର୍ଚ୍ଚ ମାସରେ କଲମପୁର ବ୍ଲକର ୧୧ ଗୋଟି ପଞ୍ଚାୟତର ୭୯ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ କେବଳ ବନ୍ଧକନା ଏବଂ ହାରାମାଲ ପଞ୍ଚାୟତର ପ୍ରାୟ ୧୧ଗୋଟି କେନ୍ଦ୍ରରେ ଛତୁଆ ବଣ୍ଟନ କରାଯାଇଥିଲା । ଅନ୍ୟ ୯ ଗୋଟି ପଞ୍ଚାୟତର ୬୮ ଗୋଟି କେନ୍ଦ୍ରର ହିତାଧିକାରୀଙ୍କୁ ମଇ ମାସର ତୃତୀୟ ସପ୍ତାହ ଆରମ୍ଭ ହେଇଥିଲେ ମଧ୍ୟ ଛତୁଆ ଯୋଗାଣ ହେଇ ପାରିନାହିଁ। ସେହିଭଳି ଅପ୍ରେଲ ଏବଂ ମଇ ମାସର ଛତୁଆ ପାଇବାରୁ ବନ୍ଧକନା ଏବଂ ହାରାମାଲ ପଞ୍ଚାୟତର ହିତାଧିକାରୀ ମାନେ ବଂଚିତ ହେଇଛନ୍ତି। ଛତୁଆ ପ୍ରସ୍ତୁତି ପାଇଁ ପ୍ରତି ମାସରେ ଗହମ ୭୦କ୍ୱିଣ୍ଟାଲ, ଚିନି ୧୬ କ୍ୱିଣ୍ଟାଲ, ଚଣା ୮ କ୍ୱିଣ୍ଟାଲ ଏବଂ ବାଦାମ ୭ କ୍ୱିଣ୍ଟାଲ ଆବଶ୍ୟକ ହେଉଥିବା ବେଳେ ଦୁଇ ମାସ ଧରି ଗହମ ଯୋଗାଣକାରୀ ସଂସ୍ଥା ଗହମ ଯୋଗାଇବାରେ ଅନିୟମିତତା କରୁଥିବାରୁ ବର୍ତ୍ତମାନ ଛତୁଆ ପ୍ରସ୍ତୁତି ବନ୍ଦ ହେଇଯାଇଛି । ହିତାଧିକାରୀ ସେମାନଙ୍କ ଖାଦ୍ୟ ପାଇବାରୁ ବଂଚିତ ହେଇଛନ୍ତି । କେବଳ ଛତୁଆ ନୁହେଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ରନ୍ଧା ଖାଦ୍ୟ ଖାଉଥିବା ଶିଶୁ ଏବଂ ଅସହାୟ ବୃଦ୍ଧ ମାନେ ମଧ୍ୟ ଚାଉଳ ଯୋଗାଣ ହେଉନଥିବାରୁ ସେମାନଙ୍କ ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି । ଏପରିକି କିଶୋରୀ ବାଳିକା ଏବଂ ଶିଶୁଙ୍କୁ ଦିଆଯାଉଥିବା ବାଦାମ ଲଡୁ ଯୋଗାଣ ମଧ୍ୟ ଠପ୍ ହେଇଯାଇଛି । କେଉଁ କାରଣ ପାଇଁ ଏହା ସବୁ ବନ୍ଦ ହେଇଛି ସେନେଇ କଲମପୁର ମହିଳା ଓ ଶିଶୁ ବିକାଶ ଅଧିକାରୀ ପ୍ରତୀମା ରାଣୀ ଦାସଙ୍କ ସହଯୋଗାଯୋଗ କରାଯାଇଥିଲା । ଦୁଇ ମାସ ଧରି ଛତୁଆ ବଣ୍ଟନ ବନ୍ଦ ହେଇଥିବା ସେ ସ୍ୱୀକାର କରିଥିଲେ। ଗହମ ଯୋଗାଣ ହେଉନଥିବାରୁ ଏହା ବନ୍ଦ ଥିବା କହିଥିଲେ । କିନ୍ତୁ କେଉଁ କାରଣ ପାଇଁ ଗହମ ଯୋଗାଣ ବନ୍ଦ ହେଇଛି ସେନେଇ କୌଣସି ସୁଚନା ଦେଇନଥିଲେ । ଅନ୍ୟପଟେ ସେ ନିକଟରେ କଲମପୁର ଠାରେ ଯୋଗ ଦେଇଥିବାରୁ ତାଙ୍କ ନିକଟରେ ସବିଶେଷ ସୁଚନା ନଥିବା ଦର୍ଶାଇଥିଲେ। ଏନେଇ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ଆର୍ଥିକ ବର୍ଷ ଆରମ୍ଭ ହେଇ ସାରିଛି । ତୁରନ୍ତ ଏହାର ବ୍ୟବସ୍ତା କରାଯାଇଛି । ଅଳ୍ପ ଦିନ ମଧ୍ୟରେ ଗହମ ଯୋଗାଣ କରାଯିବ ଏବଂ ଛତୁଆ ପ୍ରଦାନର ବ୍ୟବସ୍ଥା​​‌ କରାଯିବ ବୋଲି ସୁଚନା ଦେଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories