www.samajalive.in
Saturday, December 13, 2025
26.1 C
Bhubaneswar

ଆରଟିଓ ଚେକିଂ ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ୨ ମତ ଏବଂ ୨ ଆହତ

ଭଦ୍ରକ: ଆରଟିଓ ଚେକିଂ ହେଉଥିବା ବେଳେ ଜଣେ ହୋମଗାର୍ଡ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ସହରର ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଚରମ୍ପା ରେଲୱେ ଓଭରବ୍ରିଜ ପାଖରେ ଏହି ଦୁର୍ଘଟଣାଟି ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେହଇକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଚରମ୍ପା ରେଲୱେ ଓଭରବ୍ରିଜ ନିକଟରେ ଆରଟିଓ ଚେକିଂ ହେଉଥିବା ବେଳେ ହୋମଗାର୍ଡ ଜଣଙ୍କ ଏକ ଟ୍ରକକୁ ଅଟକାଇ ଥିଲେ । ସେହି ସମୟରେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଟ୍ରକ ପଛକୁ ପଛ ରହିଥିବାରୁ ପିଟି ହୋଇ ଜଣେ ଟ୍ରକ ଚାଳକଙ୍କ ଜୀବନ ହାନି ହୋଇଛି । ଏଡି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories