www.samajalive.in
Saturday, December 13, 2025
21.1 C
Bhubaneswar

ରାୟପୁରରେ କ୍ରାଇମବ୍ରାଞ୍ଚର ସୁରାକ ସଂଗ୍ରହ

ବଲାଙ୍ଗିର, ପାଟଣାଗଡ଼ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଖିଅ ଏବେ ରାୟପୁରରେ ଖୋଜୁଛି ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚର ଏସ୍‌ଆଇଟି। ପ୍ରାଥମିକ ଭାବେ ପାର୍ସଲ ପଠାଇଥିବା ବ୍ୟକ୍ତି ଜଣେ ଓଡିଆ ହୋଇଥିବା ଏବଂ ସିଏ ପାର୍ସଲ ପଠାଇବା ପାଇଁ ସେଠାରେ ଭିନ୍ନ ଭିନ୍ନ କୋରିଅର୍‌ ସଂସ୍ଥା ସହ ଯୋଗାଯୋଗ କରିଥିବା କଥା ପୁଲିସ୍‌ ଜାଣିବାକୁ ପାଇଛି। ତେଣୁ ରାୟପୁରରେ ଥିବା ଏସ୍‌ଆଇଟିର ୩ ଜଣିଆ ଟିମ୍‌ କୋରିଅର୍‌ ସଂସ୍ଥାର ସିସିଟିଭି ଫୁଟେଜ ଯାଞ୍ଚ କରି ତଥ୍ୟ ସଂଗ୍ରହ କରୁଛନ୍ତି। ସେହିପରି ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଡାକବଙ୍ଗଳାରେ ତଦନ୍ତ ଜାରି ରଖିଥିବା ୩ ଜଣିଆ ଏସ୍‌ଆଇଟି ଟିମ୍‌ ଆଜି ପୁଣି ଥରେ କୋରିଅର୍‌ ସଂସ୍ଥାର ମାଲିକଙ୍କୁ ଡାକି ପଚରା ଉଚୁରା କରିଛି। ଅନ୍ୟପକ୍ଷେ ମୃତ ସୌମ୍ୟଶେଖରଙ୍କ ସୋସିଆଲ୍‌ ମିଡିଆକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ଏହି ଘଟଣା ପଛରେ ପ୍ରେମର ଖିଅ ପାଇଥିବା ଚର୍ଚ୍ଚା ହେଉଛି। ଯଦିଓ ତଦନ୍ତକାରୀ ଅଫିସର ଏ ନେଇ କିଛି କହିବାକୁ ମନା କରିଦେଇଛନ୍ତି, କିନ୍ତୁ ତାଙ୍କ ସ୍କାନରରେ କିଛି ଯୁବତୀ ରହିଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଘଟଣା ପରେ ତଦନ୍ତ କରୁଥିବା ବଲାଙ୍ଗିର ପୁଲିସ୍‌ ମଧ୍ୟ ସୋସିଆଲ୍‌ ମିଡିଆ ଲିଙ୍କ୍‌ ଓ ପ୍ରେମ ସଂପର୍କରେ ନେଇ ଖୋଳତାଡ କରିଥିଲା; କିନ୍ତୁ ସଠିକ୍‌ ଠିକଣାରେ ପହଞ୍ଚି ପାରିନଥିଲା। ଏବେ କ୍ରାଇମବ୍ରାଞ୍ଚ ବଲାଙ୍ଗିର ପୁଲିସ୍‌ ଯାଇଥିବା ରାସ୍ତାରେ ହିଁ ତଦନ୍ତ ଚଳାଇଛି। ସେହି ଏକାପ୍ରକାର ତଦନ୍ତ ମଧ୍ୟ କ୍ରାଇମବ୍ରାଞ୍ଚ କରୁଛି। ସେହି ଏକା ସନ୍ଦେହର ଖିଅକୁ ଧରି ଏସ୍‌ଆଇଟି ମଧ୍ୟ ରାୟପୁରରେ ପହଞ୍ଚିଛି। ଯେଉଁ ପ୍ରେମର କଥା କହି ବଲାଙ୍ଗିର ପୁଲିସ୍‌ ଚୁପ୍‌ ରହିଯାଇଥିଲା, ଏବେ ସେହି ପ୍ରେମ ଘଟଣାକୁ ଆଧାର କରି ଜନୈକା ଯୁବତୀଙ୍କୁ ରାୟପୁରରେ ଏସ୍‌ଆଇଟି ଜେରା କରୁଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ଚର୍ଚ୍ଚା ହେଉଥିବା ସେହି ଅନ୍ୟ ସଂପ୍ରଦାୟର ଯୁବତୀଙ୍କୁ ଲୁକ୍କାୟିତ ଭାବେ ଏସ୍‌ଆଇଟି ପଚରାଉଚୁରା କରୁଥିବା ଜଣାପଡିଛି। ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ଏସ୍‌ଆଇଟି। ତେବେ ଏ ନେଇ କିଛି ସୁରାକ ମିଳିଥିବା ଏବଂ ରାୟପୁରରେ ଏବେ ବି ୩ଜଣ ତଦନ୍ତକାରୀ ଅଫିସର ତଦନ୍ତ ଚଲାଇଥିବା ବୋଲି କହିଛନ୍ତି ଟିମ୍‌ର ନେତୃତ୍ୱ ନେଉଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories