ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ
କନ୍ଧମାଳ: କନ୍ଧମାଳ ଜିଲାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ୩ଟି ଟ୍ରାକ୍ଟର ସମେତ ଗୋଟିଏ ଜେସିବି ମେସିନ ଜାଳି ଦେଇଛନ୍ତି । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି । ବିକାଶ ବଦଳରେ ଦମନ କରିବାକୁ ସରକାର ଉଦ୍ୟମ କରୁଛି ବୋଲି ଏଥିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ୪୦ରୁ ଅଧିକ ମାଓବାଦୀ ଫୁଲବାଣୀ ବାଲିମାହା ଗାଁ ନିକଟରେ ଚାଲିଥିବା ରାସ୍ତାକାମ ସ୍ଥଳରେ ପହଞ୍ଚିଥିଲେ । ସେଠାରେ ରାସ୍ତାରେ ନିୟୋଜିତ ହେଉଥିବା ଗୋଟିଏ ଜେସିବି ମେସିନ ଓ ୩ଟି ଟ୍ରାକ୍ଟର ସମେତ ଅନ୍ୟାନ୍ୟ ଯାନବାହନରେ ନିଆଁ ଲଗାଇ ଦେଇଥିଲେ। ଏହା ସହ ସେଠାରେ ଏକ ମାଓ ପୋଷ୍ଟର ଛାଡି ଯାଇଛନ୍ତି । ରାସ୍ତାକୁ ବିରୋଧ କରି ମାଓବାଦୀମାନେ ଜଳାପୋଡା କରିଥିବା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ।