କମଳା ଖାଇବାକୁ ଯେପରି ସୁଆଦିଆ ଓ ସ୍ୱାସ୍ଥ୍ୟ ପାଇଁ ହିତକାରକ, ସେଭଳି ଏହାର ଚୋପାର ଫେସ ପ୍ୟାକ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ।
– ପ୍ରଥମେ କମଳାର ଚୋପାକୁ ଭଲ ଭାବେ ଖରାରେ ଶୁଖାଇ ଦିଅନ୍ତୁ। ଭଲ ଭାବେ ଶୁଖାଇବା ପରେ ଏହାକୁ ପେଷି ଦିଅନ୍ତୁ।
ପେଷିବା ପରେ ଏହି କମଳା ଚୋପା ଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ।
– ଭଲ ଭାବେ ମିଶାଇବା ପରେ ଏଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
– ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଶୁଖିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ।
– ସପ୍ତାହକୁ ଥରେ ଏହାକୁ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
ଗ୍ଲିସରିନ, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣରେ ପ୍ରସ୍ତୁତ ହେଉଥିବା ଏହି ସିରମ ଆପଣଙ୍କ ତ୍ୱଚାକୁ କୋମଳ ଓ ଚମକପ୍ରଦ କରିଥାଏ। ତ୍ୱଚାର ଶୁଷ୍କପଣ ଦୂର କରିବା ପାଇଁ ଏହାକୁ ରାମବାଣ କହିଲେ ଭୁଲ ହେବ ନାହିଁ। ଏହାସହ ଏହି ସିରମ ମୁହଁର ଦାଗ ମଧ୍ୟ ଦୂର କରିଥାଏ।
ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ଓ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ। ଗ୍ଲିସରିନ ତ୍ୱଚାରେ ଜଳର ମାତ୍ରାକୁ ସଠିକ ରଖିବା ସହ କୋମଳ କରିଥାଏ।
ସିରମ ପ୍ରସ୍ତୁତ କରିବାର ଉପାୟ..
ସିରମକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ବୋତଲରେ କିଛି ଗୋଲାପ ଜଳ ନିଅନ୍ତୁ। ଏଥିରେ ଗୋଟିଏ ଲେମ୍ବୁର ରସ ଓ ଗ୍ଲିସରିନ ମିଶାନ୍ତୁ। ନିୟମିତ ସ୍ନାନ କରିବା ପରେ ଏହାକୁ ଲଗାଇବା ଦ୍ୱାରା ତ୍ୱଚା କୋମଳ, ଉଜ୍ଜ୍ୱଳ ଓ ଗୋରା ହୋଇଥାଏ।
ଉଜ୍ଜ୍ୱଳ ତ୍ୱଚା ପାଇଁ ସରଳ ଉପାୟ
Popular Categories



