www.samajalive.in
Saturday, December 13, 2025
26.1 C
Bhubaneswar

ବୃଦ୍ଧଙ୍କୁ ଦଳିଦେଲା ହାତୀ

ତିଗିରିଆ : ତିଗିରିଆ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ତିଗିରିଆ ଥାନା ଭୋଗଡ। ପଞ୍ଚାୟତ ଅନ୍ତର୍ଗତ ଗୋକର୍ଣଖାଲ ଗ୍ରାମର କରୁଣାକର ରାଉତ ( ୭୨) ଶନିବାର ଭୋର ସମୟରେ ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ତାଙ୍କୁ ଆକ୍ରମଣ କରି ପାଦରେ ଦଳି ଦେବାରୁ ଘଟଣା ସ୍ଥଳରେ ସେ ମୃତ୍ୟୁବରଣ କରିଛନ୍ତି । ଏହି ଖବର ପାଇବା ପରେ ତିଗିରିଆ ଥାନା ପୁଲିସ, ବନ କର୍ମଚାରୀ ଏବଂ ଆଠଗଡ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ହେଲା ତିଗିରିଆ ଅଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ନିକଟବର୍ତ୍ତୀ ଗ୍ରାମ ଏବଂ ରାସ୍ତାରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ମୃତ୍ୟୁ ହୋଇଥିବା ବୃଦ୍ଧଙ୍କୁ ହାତୀ ରାସ୍ତା ଉପରେ ଦଳି ମାରିଥିବା ଜଣାପଡ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories