ସଇଁନ୍ତଲା : ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବରଗାଁ ଜାତୀୟ ରାଜପଥ ୨୬ ନିକଟରେ ଘଟିଛି। ମୃତକ ହେଲେ ସମିର ସେଠ । ସୂଚନାନୁଯାୟୀ ସଇଁନ୍ତଲା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗାଁର ସମିର ସେଠ ଗତ ରାତିର ସଇଁନ୍ତଲା ଥାନା ଅଧୀନସ୍ଥ ଲୁହୁରାପାଲି ଗାଁକୁ ନିଜ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ବିଳମ୍ବିତ ରାତ୍ରୀରେ ନିଜ ବାଇକ ଯୋଗେ ଘରକୁ ଫେରିବା ବେଳେ ବରଗାଁ ଜାତୀୟ ରାଜପଥ ୨୬ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡର ଗୋଟିଏ ଗଛରେ ଗାଡ଼ିଟି ପିଟି ହୋଇଯାଇଥିଲା। ଫଳରେ ଘଟଣସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଫୋନ କରିଥିଲେ । ସଇଁନ୍ତଲା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।



