www.samajalive.in
Saturday, December 13, 2025
26.1 C
Bhubaneswar

ମଣିପୁରରେ ଆତଙ୍କବାଦୀଙ୍କ ହିଂସା : ଯବାନ ସହିଦ

ଇମ୍ଫାଲ : ମଣିପୁରରେ ନିକଟରେ ଦେଖା ଦେଇଥିବା ଜାତିଆଣ ହିଂସା ନିୟନ୍ତ୍ରଣକୁ ଆସିଥିବା ବେଳେ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଗୁୁରୁବାର କୁଲକି ଆତଙ୍କବାଦୀଙ୍କ ଗୁଳିରେ ଜଣେ ପୁଲିସ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମଣିପୁର ଶିକ୍ଷା ମନ୍ତ୍ରୀ କହିଛନ୍ତି ବିଷ୍ଣୁପୁର ଜିଲାର ଟ୍ରଙ୍ଗଲାଓ ଅଞ୍ଚଳରେ ପୁଲିସ ଯବାନମାନେ ଏକ ଗାଡ଼ିରେ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ପୂର୍ବାହ୍ଣ ୭ଟାରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଆହତ ହୋଇଥିଲେ। ପୁଲିସର ପାଲଟା ଗୁଳିଚାଳନାରେ କେତେକ ଆତଙ୍କବାଦୀ ମୃତାହତ ହୋଇଥିବା ଅାଶଙ୍କା କରାଯାଉଛି। ଗୁଳି ବିନିମୟର ଖବର ପାଇ ରାଜ୍ୟ ପୁଲିସ ଓ ଆସାମ ରାଇଫଲ୍‌ସର ଯବାନ ଘଟଣାସ୍ଥଳକୁ ଯାଇଥିଲେ। ସେହି ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।
ଅନ୍ୟ ଏକ ଘଟଣାରେ ଶରଣାର୍ଥୀ ଶିବିରରେ ରହୁଥିବା ୩ଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ମୈରାଙ୍ଗସ୍ଥିତ ଶିବିରରେ ରହୁଥିବା ସ୍ଥାନୀୟ ଅଞ୍ଚଳର କେତେକ ବାସିନ୍ଦା ଗୁରୁବାର ନିଜ ଗାଁକୁ ଯାଇଥିଲେ। ଗାଁରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣୁଥିବା ବେଳେ ହଠାତ୍‌ ୫ଜଣ ସଶସ୍ତ୍ର ଆତଙ୍କବାଦୀ ସେମାନଙ୍କୁ ଘେରି ଯାଇଥିଲେ। କେତେକ ବ୍ୟକ୍ତି ଘଟଣାସ୍ଥଳରୁ ଖସିଯିବାକୁ ସମର୍ଥ ହୋଇଥିବା ବେଳେ ଆତଙ୍କବାଦୀମାନେ ୩ଜଣଙ୍କୁ ଅପହରଣ କରି ନେଇଥିଲେ। ମଣିପୁରର ସ୍ଥିତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଟି.ଏଚ୍‌ ବସନ୍ତ କହିଛନ୍ତି ଗୋଟିଏ ଦୁଇଟି ଘଟଣାକୁ ଛାଡ଼ି ମଣିପୁର ଅବସ୍ଥା ଶାନ୍ତ ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବାହିନୀ ଯବାନଙ୍କୁ ମୁତୟନ କରାଯାଇଛି।

ରାଷ୍ଟ୍ରପତି ଶାସନ ପାଇଁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ମଣିପୁରରେ ଯେଉଁ ହିଂସା ଦେଖା ଦେଇଛି ତାହା ଯୋଜନାବଦ୍ଧ ଥିବା ପରି ଲାଗୁଛି ବୋଲି କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି। ମଣିପୁରରେ ଶାନ୍ତି ଓ ସ୍ବାଭାବିକ ଜୀବନଯାତ୍ରା ଫେରାଇ ଆଣିବାକୁ ସେଠାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କଂଗ୍ରେସ ତରଫରୁ ଦାବି ହୋଇଛି। ଏଥିସହ ହିଂସାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଯାହାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ କଂଗ୍ରେସ ମୁଖପାତ୍ର ତଥା ମଣିପୁର ଦାୟିତ୍ବରେ ଥିବା ଭକ୍ତଚରଣ ଦାସ ଦାବି କରିଛନ୍ତି।
ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭକ୍ତଚରଣ କହିଥିଲେ ହିଂସାରେ ଆହତ ବ୍ୟକ୍ତିଙ୍କ ନିମନ୍ତେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବା ଆବଶ୍ୟକ। ସେହିପରି ଯେଉଁମାନେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇ ଯାଇଛନ୍ତି, ସେମାନଙ୍କୁ ନିଜ ବାସସ୍ଥାନକୁ ଫେରାଇ ଆଣିବାକୁ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବା ଆବଶ୍ୟକ। ମଣିପୁରରେ ଯେଉଁ ହିଂସା ଦେଖା ଦେଇଥିଲା ତାହାକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିବା ସହ ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇପାରିନଥିବା ଅଭିଯୋଗ କରିଥିଲେ। ସେହିପରି ନିରୀହ ଜନସାଧାରଣଙ୍କୁ ଦଙ୍ଗାଗ୍ରସ୍ତ ଅଞ୍ଚଳରୁ ଉଦ୍ଧାର କରିବାରେ ବିଜେପି ସରକାର ବିଫଳ ହୋଇଥିବା ବେଳେ ଶରଣାର୍ଥୀ ଶିବିରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରି ପାରିନଥିବା ସେ କହିଥିଲେ। ବର୍ତ୍ତମାନ ସୁଦ୍ଧା ମଣିପୁରର କେତେକ ଅଞ୍ଚଳରେ ହିଂସା ଜାରି ରହିଥିବାରୁ ସେଠାରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି କରିବା ଆବଶ୍ୟକ ବୋଲି ଭକ୍ତଚରଣ ଦାବି କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି। ମଣିପୁରରେ ଆଇନଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିବାରୁ ସେଠାରେ ଏପରି ଅବସ୍ଥା ସୃ​‌ଷ୍ଟି ହୋଇଥିବା ଭକ୍ତଚରଣ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories