www.samajalive.in
Wednesday, December 10, 2025
16.1 C
Bhubaneswar

କୁମ୍ବାରପଡ଼ା ଗୋଷ୍ଠୀ ବିବାଦ ଘଟଣାରେ ଆଉ ୪ ଗିରଫ, ଗିରଫ ସଂଖ୍ୟା ୯କୁ ବୃଦ୍ଧି

ସମ୍ବଲପୁର: ବିଗତ ହନୁମାନ ଜୟନ୍ତୀ ଅବସରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ପରେ ସ୍ୱାଭାବିକ ସ୍ଥିତି ପଟକୁ ଯାଉଥିବା ସମ୍ବଲପୁରର କୁମ୍ଭାରପଡ଼ା ଠାରେ ଗତ ରବିବାର ରାତ୍ରିରେ ଦୁଇ ଗୋଷ୍ଠୀ ବିବାଦ ଯୋଗୁଁ ସ୍ଥିତି ପୁଣି ଅଶାନ୍ତ ହୋଇ ଯାଇଥିଲା। ଏହି ଘଟଣା ପରେ ତୁରନ୍ତ ପୁଲିସର ହସ୍ତକ୍ଷେପ ଓ ଅଧିକାରୀଙ୍କ ରୁଦ୍ଧଦ୍ୱାରା ବୈଠକ ପରେ ସୋମବାର ସକାଳୁ ୨ଟି ମାମଲା (୧୫୩ ଓ ୧୫୪/୨୦୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି। ୧୫୩/୨୦୨୩ ମାମଲାରେ ସୋମବାର ୫ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ମଙ୍ଗଳବାର ରୁଜୁ ହୋଇଥିବା ୧୫୪/୨୦୨୩ ମାମଲା ଅନୁଯାୟୀ ୪ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି। ପୁଲିସ ଆଜି କୁମ୍ଭାରପଡ଼ା ନିବାସୀ କରନ ବାରିକ (୨୩), ରାଜେନ୍ଦ୍ର ପୋଢ଼ ଓରଫ ରାଜା (୨୩), ସୁବ୍ରତ କୁମ୍ଭାର (୨୪) ଓ ସିଦ୍ଧାର୍ଥ କୁମ୍ଭାର ଓରଫ ଲଡ୍ଡୁ (୨୩) ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଆଜିର ଗିରଫ ପରେ କୁମ୍ଭାରପଡ଼ା ଗୋଷ୍ଠୀ ସଂଘର୍ଷ ମାମଲାରେ ୨ଟି ମାମଲାରେ ସମୁଦାୟ ୯ ଜଣଙ୍କୁ ଗିରଫ କରି ଅଦାଲତକୁ ପୁଲିସ ଚାଲାଣ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଥିବା ଧନୁପାଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, କୁମ୍ଭାରପଡ଼ା ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଭାଇରାଲ ଭଏସ ମେସେଜକୁ ନେଇ ସୃଷ୍ଟି ହୋଇଥିବା ଗଣ୍ଡୋଗଳ ପରବର୍ତ୍ତୀ ସମୟରେ ସଂଘର୍ଷ ରୂପ ନେଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ରବିବାର ରାତ୍ରିରେ କ୍ଷେତ୍ର ପରିଦର୍ଶନ କରିବା ପରେ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ସମ୍ପୁର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ସମ୍ବଲପୁର ପୁଲିସ କହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories