www.samajalive.in
Monday, December 8, 2025
13.1 C
Bhubaneswar

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରର ସୁନାପାଲି ମରକଜ ମସଜିଦ ପଛରେ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ଧରିଛି। ଧନୁପାଲି ପୁଲିସର ସୂଚନାନୁଯାୟୀ, ଗତକାଲି ରାତ୍ରିରେ ପେଟ୍ରୋଲିଂ ସମୟରେ ମରଜଜ ମସଜିଦର ପଛରେ ଏକ ନିଛାଟିଆ ସ୍ଥାନରେ କିଛି ଯୁବକ ବସିଥିବାର ଦେଖି ପୁଲିସ ଯାଇଥିଲା। ପୁଲିସକୁ ଦେଖି ଯୁବକ ମାନେ ଛତ୍ରଭଙ୍ଗ ଦେବା ସମୟରେ ସୁନାପାଲି ନିବାସୀ ଏସ.କେ. ସମଦ, ଅବଦୁଲ କଲିମ, ଆୟୁବ ଖାନ, ମହମ୍ମଦ ଜୁମାନ ଓ ବକ୍ସର ଓରଫ ଅବଦୁଲ କଲିମ ନାମକ ୫ ଜଣଙ୍କୁ ଧରିଥିଲା। ପୁଲିସ ଚେକିଂ ସମୟରେ ସେମାନେ ନିକଟସ୍ଥ ଅଞ୍ଚଳରେ ଡକାୟତି କରିବାର ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏ ସମ୍ପର୍କରେ ଧନୁପାଲି ପୁଲିସ ମାମଲା ସଂଖ୍ୟା ୧୫୫/୨୦୨୩ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର ଅଦାଲତକୁ ଚାଲାଣ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories