www.samajalive.in
Sunday, December 7, 2025
18.1 C
Bhubaneswar

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକର କୁସୁମେଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ବେରେଡ଼ାପଦର ଗ୍ରାମର ନିଳାମ୍ବର ପ୍ରଧାନ ବାଣିଗୋଛା ଅଞ୍ଚଳର ଉପରମୁଣ୍ଡଳା ଗ୍ରାମରେ ଗତ ୨୦୨୧ ମସିହାରେ ପ୍ରତିମା ମଲିକଙ୍କୁ ବିବାହ କରିଥିଲେ। ମହିଳା ଜଣକ ଗତ ୬ ତାରିଖ ଦିନ କୌଣସି କାରଣରୁ ଘରୁ ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି କୌଣସି ପ୍ରକାର ସୂୁଚନା ପାଇନଥିବା ବେଳେ ଏନେଇ ଲାଇନପଡ଼ା ଫାଣ୍ଡିରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‌‌ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ଲାଇନପଡ଼ା ଠାରୁ ପସରା ଯିବା ରାସ୍ତାରେ ଏକ ବରଗଛରେ ମହିଳାଙ୍କ ଝୁଲନ୍ତା ଶବ କିଛି ଗ୍ରାମବାସୀ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଲାଇନପଡ଼ା ପୁଲିସ୍‌‌ ଓ ଜି.ଉଦୟଗିରି ଏସ୍‌‌.ଡ଼ି.ପି.ଓ ସମେତ ମାଜିଷ୍କ୍ରେଟ୍‌‌ ଭାବେ ଚକାପାଦ ତହସିଲଦାର ପ୍ରଭାସ ବୁଡ଼େକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ମୃତ ମହିଳାଙ୍କ ମାଆ ନାବାଡ଼ି କହଁର ତାଙ୍କ ଝିଅକୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଓ ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୁପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଛି ଅଭିଯୋଗ କରି ଲିଖିତ ଭାବେ ଏତଲା ପରେ ପୁଲିସ୍‌‌ ଦଫା ୪୯୮ ଓ ୩୦୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories