www.samajalive.in
Thursday, December 11, 2025
16.1 C
Bhubaneswar

ମିଡିଆ କନକ୍ଲେଭ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମିଡିଆ କନ୍‍କ୍ଲେଭ୍‍ର ଲୋଗୋକୁ ଆଜି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଉନ୍ମୋଚିତ କରିଛନ୍ତି। ଚଳିତ ମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାକୁ ଥିବା ଏହି କନକ୍ଲେଭ୍‍ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହ ଏହାର ନିଷ୍କର୍ସ ନୂତନ ଦିଗଦର୍ଶନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
ମନ୍ତ୍ରୀ କହିଥିଲେ ଯେ ସାଇବର୍‍ ତଥ୍ୟ, ଜଳବାୟୁ ପରିବର୍ତ୍ତନ, ପରିବେଶ ଅଧ୍ୟୟନ, ଇ-ଗଭର୍ଣ୍ଣାନ୍ସ ଓ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ସାକ୍ଷରତା, ବିପର୍ଯ୍ୟାୟ ସମୟରେ ରିଲିଫ୍‍ ପ୍ରଦାନ, ଗଣମାଧ୍ୟମ ଶିକ୍ଷା ତଥା ଆପଦକାଳୀନ ସହାୟତା ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହେବ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‍ ବିଶ୍ୱବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍‍ ଅଫ୍‍ ମିଡିଆ ଷ୍ଟଡିଜ୍‍, ଅକ୍ସଫାର୍ମ, ସିଇଏମ୍‍ସିଏ ଆଦିଙ୍କ ମିଳିତ ସହଯୋଗରେ ଏହି କନ୍‍କ୍ଲେଭ୍‍ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କନକ୍ଲେଭ୍‍ ସମ୍ପର୍କିତ ଏକ ସୂଚନା ପୁସ୍ତିକାକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ହେମନ୍ତ ଶର୍ମା, ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଉପନିର୍ଦେଶକ ବିପିନ୍‍ ବିହାରୀ ବାରିକ, ଆଇଏମ୍‍ସ୍‍ର ନିର୍ଦେଶକ ଉପେନ୍ଦ୍ର ପାଢ଼ୀ, ହରପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories