www.samajalive.in
Sunday, December 14, 2025
16.1 C
Bhubaneswar

ପୁରୀରେ ଆଜିଠୁ ୨ ଦିନିଆ ବିଶ୍ବ ଜଳ ସମ୍ମିଳନୀ

ପୁରୀ :  ପୁରୀରେ ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ ଆଜିଠୁ  ଅନୁଷ୍ଠିତ ହେବ। ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶର ଜଳ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ପିଡବ୍ଲ୍ୟୁସିଡିଏଫ୍‌ ପକ୍ଷରୁ ମିଳିତ ଭାବେ ଜଳ ସମ୍ମିଳନୀ ଆୟୋଜନ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଜଳ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଓଡ଼ିଶାର ଜଳ ସମସ୍ୟା ଏବଂ ବିଭିନ୍ନ ନଦୀର ସ୍ଥିତି ସମ୍ପର୍କରେ ସେଥିରେ ଆଲୋଚନା କରାଯିବ। ଏହା ପୂର୍ବରୁ ମହାନଦୀର ଜଳ ବିବାଦ ସମ୍ପର୍କରେ ମଧ୍ୟ ବିଶଦ୍‌ ଭାବରେ ଆଲୋଚନା କରାଯାଇ ଏ ନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଶ୍ରୀ ସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ମହାନଦୀ ଜନଆୟୋଗ ଗଠନ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories