www.samajalive.in
Wednesday, December 10, 2025
23.1 C
Bhubaneswar

ଛାତ୍ରଛାତ୍ରୀମାନଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର : ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ଗଠନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି । ଏହି କ୍ରମରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମାଁ ବାଗଦେବୀଙ୍କ ପୁଜା ଓ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ପରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟରେ ପ୍ରଶିକ୍ଷକ ମୁକ୍ତକଣ୍ଠ ପ୍ରଧାନ ‘ଶାନ୍ତି’ ପ୍ରସଙ୍ଗ ଉପରେ ଆଲୋଚନା କରି ଶାନ୍ତିର ବିଭିନ୍ନ ଉତ୍ସବ ଓ ଶାନ୍ତିର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ୨ଟି ପର୍ଯ୍ୟାୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟର ଶରୀରତତ୍ୱ ବିଭାଗର ପ୍ରମୁଖ ଡା. ଶତରୁପା ଦାଶ, ଆମ ଶରୀରର ପ୍ରମୁଖ ଅଂଶ ନାକ, କାନ, ମୁହଁ, କେଶ, ନଖ ଓ ଚର୍ମର ବିଭିନ୍ନ ରୋଗ ତଥା ସେଗୁଡିକର ଆବଶ୍ୟକୀୟ ଯତ୍ନ ଉପରେ ବିଭିନ୍ନ ଉଦାହରଣ ଓ ଫଟୋ ଚିତ୍ର ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇବା ପରେ ଦୈନନ୍ଦିନ ଜୀବନରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷାବୀତ ରାଜେନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଭାପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ପାଦକ ରଘୁନାଥ ମିଶ୍ର, ଶିକ୍ଷାବିତ ଡ. ଗିରିଧାରୀ ହୋତା, ପ୍ର. ନିରୁପମା ବଡପଣ୍ଡା, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ଭକ୍ତ ପ୍ରସାଦ ନନ୍ଦଙ୍କ ସମେତ ଡା. ଜୟଦେବ ମେହେର, ଗୋଲକ ବିହାର ମିଶ୍ର, ପୃଥ୍ୱୀରାଜ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୮ଟି ଉଚ୍ଚ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ପ୍ରଶିକ୍ଷଣ ଶିବିରକୁ ସମ୍ପନ୍ନ କରାଯାଇଥିଲା।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories