www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷକରେ ଟାଟା ଷ୍ଟିଲ କାରବାର ୨.୪୩ ଲକ୍ଷ କୋଟି

ଭୁବନେଶ୍ୱର: ଟାଟା ଷ୍ଟିଲ୍‍ ପକ୍ଷରୁ ୨୦୨୨-୨୩ ଆର୍ଥିକବର୍ଷ ଏବଂ ୪ର୍ଥ ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ୱ ୨,୪୩,୩୫୩ କୋଟି ଟଙ୍କା ରହିଛି। ଟିକସ ପରବର୍ତ୍ତୀ ଲାଭ ୮,୦୭୫ କୋଟି ଟଙ୍କା ହୋଇଛି। ୪ର୍ଥ ତ୍ରୈମାସିକରେ ରାଜସ୍ୱ ୬୨,୯୬୨ କୋଟି ଟଙ୍କା ହୋଇଥିବାବେଳେ ଇବିଆଇଟିଡିଏ ୭,୨୨୫ କୋଟି ଟଙ୍କା ଏବଂ ଇବିଆଇଟିଡିଏ ସୀମା ୧୧ ପ୍ରତିଶତ ରହିଛି। ପ୍ରଦର୍ଶନରେ ଉନ୍ନତି ପାଇଁ କମ୍ପାନୀର ଲାଭ ବଢ଼ିଛି। ଏହି ଆର୍ଥିକବର୍ଷରେ କମ୍ପାନୀର ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ ୧୯.୯ ନିୟୁତ ଟନ୍‍ ରହିଛି ଯାହା ଟାଟା ଷ୍ଟିଲ୍‍ର ମୋଟ ଉତ୍ପାଦନର ୬୫%। ଦେଶ ଭିତରେ ଯୋଗାଣ ୧୧ ପ୍ରତିଶତ ବଢ଼ିଥିବାବେଳେ ତ୍ରୈମାସିକ ଯୋଗାଣ ୯ ପ୍ରତିଶତ ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍‍ ହୋଇଛି ବୋଲି ଟାଟା ଷ୍ଟିଲ୍‍ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟି. ଭି. ନରେନ୍ଦ୍ରନ୍‍ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories