www.samajalive.in
Friday, December 12, 2025
27.1 C
Bhubaneswar

ବିଜେପିକୁ ଇଡି, ସିବିଆଇ ଭୋଟ୍‌ ଫାଇଦା ଦେଇ ପାରିବେ ନାହିଁ : ମମତା

ସମରେସଜଙ୍ଗ୍‌(ପଶ୍ଚିମବଙ୍ଗ) : ବିରୋଧୀ ଦଳ ନେତାଙ୍କୁ ଭୟଭୀତ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ସିବିଆଇକୁ ବ୍ୟବହାର କରୁଛନ୍ତି। ତେବେ ବିଜେପିକୁ ଇଡି ଓ ସିବିଆଇ ଭୋଟ୍‌ ଫାଇଦା ଦେଇ ପାରିବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ସମରେସଜଙ୍ଗ୍‌ ଅଞ୍ଚଳରେ ଗଙ୍ଗା ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଅନ୍ୟସ୍ଥାନରେ ଜମିପଟ୍ଟା ପ୍ରଦାନ କରିବା ଅବସରରେ ଉଦ୍‌ବୋଧନ ଦେଇ ମମତା କହିଥିଲେ ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି। ତେବେ ଆସନ୍ତା ଲୋକସଭା ନିର୍ବାଚନରେ ଇଡି, ସିବିଆଇ ଭଳି ସଂସ୍ଥା ବିଜେପି ପାଇଁ ଭୋଟ୍‌ ଯୋଗାଡ଼ କରିପାରିବେ ନାହିଁ ବୋଲି ଏହି ଦଳର ନେତାମାନେ ମନେ ରଖିବା ଉଚିତ୍‌। ବିଜେପିକୁ ଆସନ୍ତା ଲୋକସଭା ନିର୍ବାଚନରେ ପରାସ୍ତ କରିବାକୁ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହେବାକୁ ମମତା ଆହ୍ବାନ ଦେଇଥିଲେ। ମୁର୍ସିଦାବାଦ୍ ଓ ମାଲ୍‌ଦା ଜିଲାରେ ଗଙ୍ଗା ନଦୀର ଗତିପଥ ପରିବର୍ତ୍ତନଜନିତ ସମସ୍ୟା ଗୁରୁତର ରୂପ ଧାରଣ କରିଥିବା ବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ମମତା ଅଭିଯୋଗ କରିଥିଲେ। ଗଙ୍ଗାନଦୀର ଜଳ ବିଭାଜନ ଚୁକ୍ତି ପାଇଁ ବାଂଲାଦେଶ ସରକାର ପଶ୍ଚିମବଙ୍ଗକୁ ଦେଇଥିବା ୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରୁନଥିବା ସେ ସୂଚନା ଦେଇଥିଲେ। ବିଜେପି ସରକାର ଲୋକଙ୍କ ବିକାଶ ପରିବର୍ତ୍ତେ କୁତ୍ସିତ ରାଜନୀତି ଚଳାଇଥିବା ସେ କହିଥିଲେ। ପଶ୍ଚିମବଙ୍ଗ ସରକାର ନଦୀ ଗତିପଥ ପରିବର୍ତ୍ତନ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ମମତା କହିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories