www.samajalive.in
Friday, December 12, 2025
27.1 C
Bhubaneswar

ମଣିପୁର ହିଂସା ; ମୁଖ୍ୟମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା

ଇମ୍ଫାଲ : ମଣିପୁରରେ ଦେଖାଯାଇଥିବା ଜାତିଆଣ ହିଂସା ଏକପ୍ରକାର ନିୟନ୍ତ୍ରଣାଧୀନ ରହିଛି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟରେ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ଏପରିକି ପଡୋଶୀ ରାଜ୍ୟଗୁଡିକରେ ମଧ୍ୟ ସୁରକ୍ଷାବାହିନୀ ମୁତୟନ କରାଯାଇଛି। ସେହିପରି ହିଂସା ପ୍ରଭାବିତ ଅଞ୍ଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ହିଂସା ପରିସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଣିପୁର ମୁଖ୍ୟମନ୍ତ୍ରୀ ଏମ୍ ବୀରେନ ସିଂହଙ୍କ ସହିତ ଆଲୋଚନା କରିଛନ୍ତି। ମଣିପୁରର ପଡୋଶୀ ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଓ ଆସାମ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ଶାହା ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏହା ସହିତ ପରିସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ଓ ଗୁଇନ୍ଦା ଏଜେନ୍ସି ସହିତ ସେ କଥାବାର୍ତ୍ତା କରିଛନ୍ତି। ହିଂସାକୁ ନେଇ ଶାହା ତାଙ୍କ କର୍ଣ୍ଣାଟକ ଗସ୍ତ ବାତିଲ କରି ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ତାଙ୍କ ମିଜୋରାମ ପ୍ରତିପକ୍ଷ ଜୋରାମଥାଙ୍ଗଙ୍କ ସହିତ ହିଂସାକୁ ନିୟନ୍ତ୍ରଣ ପାଇଁ ସହାୟତା ଲୋଡିଛନ୍ତି।
ମଣିପୁର ହିଂସାକୁ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିରୋଧୀ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଦାବି କରିଛି। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି ଯେ ଗତ ଦୁଇଦିନ ହେଲା ମଣିପୁରରେ ହିଂସା ଲାଗି ରହିଛି। ଏହି ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପ୍ରତିପାଦିତ କରୁଛି। ତେଣୁ ଏଠାରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଦରକାର। କଂଗ୍ରେସ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଛାଡି ମଣିପୁର ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରିବା ଦରକାର। ଆରଜେଡି ରାଜ୍ୟସଭା ସାଂସଦ ମନୋଜ ଝା ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପତ୍ର ଲେଖି ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ନିବେଦନ କରିଛନ୍ତି। ମୈତେଇ ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ କୁକି ଓ ନାଗା ସମ୍ପ୍ରଦାୟ ବିରୋଧ କରିବାର ବୁଧବାର ରାତିରୁ ରାଜ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories