www.samajalive.in
Friday, December 12, 2025
14.1 C
Bhubaneswar

ବିରୂପା ଉପରେ ନିର୍ମାଣ ହେବ ମଣ୍ଡାପଡ଼ା-ଜଗତପୁର ସେତୁ

ଚୌଦ୍ୱାର :  ଚୌଦ୍ୱାର ସହରାଞ୍ଚଳ ଅନ୍ତର୍ଗତ ମଣ୍ଡାପଡ଼ା ଠାରୁ ଜଗତପୁର ବଟ ଛକ ପର୍ଯ୍ୟନ୍ତ ବିରୂପା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ସ୍ଥିର କରାଯାଇଛି । ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରସ୍ତାବିତ ସେତୁର ରୂପରେଖ ଅନୁଧ୍ୟାନ ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଶୁକ୍ରବାର ପୂର୍ବାହ୍ନରେ ଜଗତପୁର ଗୋଲେଇଛକ ଓ ମଣ୍ଡାପଡ଼ାସ୍ଥିତ ଲଞ୍ଚ ଘାଟ ପରିଦର୍ଶନ କରିଥିଲେ । ୫୦୦ ମିଟର ଦୀର୍ଘ ଏହି ପ୍ରସ୍ତାବିତ ସେତୁ ପାଇଁ ଉଭୟ ପଟରେ ଜମି ଗ୍ରହଣ ପ୍ରକିୟା ଆସନ୍ତା ୨ମାସ ମଧ୍ୟରେ ଆରମ୍ଭ ହେବବୋଲି ଶ୍ରୀ ମିଶ୍ର ସୂଚନାଦେଇ ଥିଲେ । ଏହି ଅବସରରେ ସେତୁର ନକ୍ସାକୁ ସେ ଲୋକାର୍ପିତ କରିଥିଲେ । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଶୋକ କୁମାର ଗିରି ଓ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଏଥିରେ ଉପସ୍ଥିତ ରହି କ୍ଷେତ୍ର ଅନୁଧ୍ୟାନ କରିଥିଲେ। ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ସ୍ଥାନୀୟ କାଉନସିଲର ରଞ୍ଜୁଲତା ଦାସ, ପୂର୍ବତନ କାଉନସିଲର ସବିତା ନାୟକଙ୍କ ସମେତ ବହୁ କାଉନସିଲର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୂଚନାଯୋଗ୍ୟଯେ ଚୌଦ୍ୱାରରୁ କଟକ ଯିବା ପାଇଁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ମହାନଦୀ ଉପରେ ୨ଟି ସେତୁ ନିର୍ମାଣ ପାଇଁ ସରକାର ୧୫୨ କୋଟି ଟଙ୍କା ବ୍ୟୟରେ ନୂଆପାଟଣାରୁ କଟକ ସଂଯୋଗ କରୁଥିବା ମଧୁସୁଦନ ସେତୁ ନିର୍ମାଣ କରିଥିଲେ। ଏବେ ଶ୍ରୀ ବିଶ୍ୱାଳଙ୍କ ପ୍ରଚେଷ୍ଟାରେ ମଣ୍ଡାପଡ଼ା ଠାରୁ ଜଗତପୁର ପର୍ଯ୍ୟନ୍ତ ସେତୁ ତିଆରି ହେଉଥିବା ଜାଣିବା ପରେ ଚୌଦ୍ୱାରବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories