www.samajalive.in
Friday, December 12, 2025
16.1 C
Bhubaneswar

ଦୈନିନ୍ଦିନ ସଂଗ୍ରାମ କରୁଥିବା ଲୋହରା ଜାତିକୁ ସଂରକ୍ଷଣ ତାଲିକା ସାମିଲ କରାଯାଉ

ରେଙ୍ଗାଲି: ଓଡିଶାରେ ବହୁ ପୁରାତନ ବସବାସ କରି ଆସୁଥିବା ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଲୋହରା ଜାତି ଅନ୍ୟତମ। ଲୋହରା ଜାତି କୁ ପଶ୍ଚିମ ଓଡିଶା ରେ ଲୁହୁରା କୁହାଯାଉଥିବା ବେଳେ ଓଡିଆ ଭାଷାରେ ଏବଂ ଓଡିଶା ର ଅନ୍ୟପ୍ରାନ୍ତ ରେ କମାର ବୋଲି କୁହାଯାଏ। ଲୁହା ସାମଗ୍ରୀ ତିଆରି କରି ଜୀବନ ଜୀବିକା ନିର୍ବାହ କରୁ ଲୋହରା ଜାତି ଆମ ରାଜ୍ୟର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ସରକାର ଏହି ଆଦିମ ଜାତିକୁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କିମ୍ବା ପଛୁଆବର୍ଗ ତାଳିକାରେ ଅନ୍ତର୍ଭୁକ୍ତ କରିନାନାହାନ୍ତି।

ଫଳରେ ଲୋହରା ଜାତି ସଂପ୍ରଦାୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଲୋହରା ଜାତିକୁ ଅନୁସୂଚିତ ଜାତି, ଜନଜାତି ବର୍ଗରେ ସାମିଲ କରିବାକୁ ବିଗତ ବର୍ଷ ମାନଙ୍କରେ ଲୋହରା ଜାତି ସମାଜ ପକ୍ଷରୁ ଜିଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଲୋହରା ଜାତି ସମାଜରେ ନୈରାଶ୍ୟ ସୃଷ୍ଟି ହୋଇଛି। ସଂପ୍ରତି ରାଜ୍ୟ ସରକାର ପଛୁଆ ବର୍ଗ ଜନଗଣନା କରୁଥିବାରୁ ଲୋହରା ଜାତିକୁ ଅନ୍ତତଃ ପଛୁଆବର୍ଗ ତାଳିକା ରେ ଅନ୍ତର୍ଭୁକ୍ତ କରିବାକୁ କୁଠିମଡା ଲୋହରା ସମାଜ ସମ୍ବଲପୁର ଜିଲା ସଭାପତି ନୃପଲାଲ ପେଣ୍ଠେଇ ଦାବି କରିଛନ୍ତି।

- Advertisement -

ଲୋହରା ଜାତିର ଅଧିକାଂଶ ପରିବାର ଗରିବ ଓ ନିମ୍ନ ମଧ୍ୟବିତ୍ତ। ଚାଷ ଜମି ନାହିଁ କହିଲେ ଚଳେ। କାଁଭାଁ ନାମମାତ୍ର ଚାଷୀ ଏହି ଜାତିରେ ଅଛନ୍ତି। ଲୁହାକୁ ନିଆଁରେ ତରଳ କରି ଚଟୁ, କଣ୍ଟା, ଦା, କଟୁରି, ଟାଙ୍ଗିଆ, ପାତିଆ ଆଦି ଘରୋଇ ବ୍ୟବହାର ଲୁହା ଉପକରଣ ଏବଂ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ଲୌହ ଉପକରଣ ତିଆରି କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଶିକ୍ଷା କ୍ଷେତ୍ରେ ମଧ୍ୟ ଏମାନେ ପଛୁଆ। ପେଟପାଟଣା ପାଇଁ ଦୈନିନ୍ଦିନ ସଂଗ୍ରାମ କରୁଥିବା ଲୋହରା ଜାତିକୁ ସଂରକ୍ଷଣ ତାଲିକା ସାମିଲ କରାଯାଇ ଅନୁସୂଚିତ ଜାତି ହେଉ କି ଅନୁସୂଚିତ ଜନଜାତି ହେଉ କିମ୍ବା ପଛୁଆବର୍ଗ ରେ ସାମିଲ କରାଯିବାକୁ ଦାବି ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories