www.samajalive.in
Sunday, December 14, 2025
26.1 C
Bhubaneswar

ଦଳୀୟ କର୍ମୀଙ୍କ ଭାବାବେଗକୁ ସମ୍ମାନ, ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

ଡେସ୍କ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି – ଏନସିପିର ମୁଖ୍ୟ ଶରଦ ପାୱାର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀ ପାୱାର କହିଛନ୍ତି ଯେ ସେ ଦଳୀୟ କର୍ମୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯିବେ ନାହିଁ। ଆଜି ସକାଳେ ଦଳର କୋର କମିଟି ଦଳୀୟ ମୁଖ୍ୟ ପଦରୁ ଇସ୍ତଫା ଦେବା ନେଇ ଶରଦ ପାୱାରଙ୍କ ଇସ୍ତଫା ପତ୍ରକୁ ଅଗ୍ରାହ୍ୟ କରିବା ସହ ଦଳୀୟ ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲା। ଶ୍ରୀ ପାୱାରଙ୍କ ଇସ୍ତଫା ଘୋଷଣା ପରେ ଆଜି ସକାଳେ ଦଳର ନୂଆ ଅଧ୍ୟକ୍ଷ ଚୟନ ଲାଗି କୋର କମିଟି ବୈଠକ ବସିଥିଲା।

ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଏନସିପିର ୧୮ ଜଣିଆ କୋର କମିଟି ସଦସ୍ୟଙ୍କ ମଧ୍ୟରୁ ଅଜିତ ପାୱାର ଓ ସୁପ୍ରିୟା ଶୋଲେଙ୍କ ସମେତ ପ୍ରଫୁଲ ପଟେଲ, ଜୟନ୍ତୀ ପାଟିଲ, ଛଗନ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ। ଅଜିତ ପାୱାର କହିଥିଲେ ଯେ ଦଳର ନୂଆ ମୁଖିଆ ଶରଦ ପାୱାରଙ୍କ ଅଧୀନରେ କାର୍ଯ୍ୟ କରିବେ। ତେବେ ଶରଦ ପାୱାରଙ୍କ ଇସ୍ତଫା ପ୍ରଦାନ ଘୋଷଣା ପରେ ଦଳୀୟ କର୍ମୀ ଓ ଦଳର ତୁଙ୍ଗ ନେତା ଇସ୍ତଫା ପତ୍ର ପ୍ରତ୍ୟାହାର ଲାଗି ଅନୁରୋଧ କରିଆସୁଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories