www.samajalive.in
Sunday, December 14, 2025
18.1 C
Bhubaneswar

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ଗୁରୁବାର ପ୍ରାଣ ହରାଇଛି। ମେରଟ୍‌ର ଭୋଲା ଝାଲ୍‌ ଅଞ୍ଚଳରେ ଅନିଲ ଲୁଚି ରହିଥିବା ଖବର ପାଇ ପୁଲିସର ସ୍ବତନ୍ତ୍ର ଦଳ ସେହି ଅଞ୍ଚଳରେ ତଲାସୀ ଆରମ୍ଭ କରିଥିଲା। ଏହି ସମୟରେ ଅନିଲ ପୁଲିସ ଉପରକୁ ଗୁଳିମାଡ଼ କରି ଖସି ଯିବାକୁ ଚେଷ୍ଟା କରିଥିଲା। ପୁଲିସର ପାଲଟା ଗୁଳିମାଡ଼ରେ ଅନୀଲର ମୃତ୍ୟୁ ହୋଇଥିବା ଅତିରିକ୍ତ ପୁଲିସ ମହାନିର୍ଦେଶକ ଅମିତାଭ ୟଶ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲା ଅନ୍ତର୍ଗତ ଡୁଜାନା ଗ୍ରାମର ବାସିନ୍ଦା ହେଉଛି ଅନିଲ। ତା’ର ପ୍ରକୃତ ନାମ ଅନିଲ ନାଗର ହୋଇଥିବା ବେଳେ ସେ ଅନିଲ ଦୁଜାନା ନାମରେ କୁଖ୍ୟାତ। ୨୦୦୨ରେ ହରବୀର ପହଲମାନ ହତ୍ୟା ଘଟଣାରେ ଅନିଲ ନାମରେ ପ୍ରଥମ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନିଲ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲା। ତା’ ନାମରେ ୬୦ଟି ମାମଲା ରହିଛି। ସେଥିମଧ୍ୟରୁ ୧୮ଟି ହତ୍ୟା ମାମଲା। ଏହାବାଦ୍‌ ଡକାୟତି, ବଟି ଆଦାୟ ଆଦି ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ଗିରଫ ହୋଇ ଅନିଲ ଦିଲ୍ଲୀର ତିହାର ଜେଲ୍‌ରେ ରହିଥିଲା। ୨୦୨୧ରେ ସେ ଜାମିନରେ ମୁକୁଳିଥିଲା। ଜାମିନରେ ଆସିବା ପରେ ବିଭିନ୍ନ ମାମଲାର ସାକ୍ଷୀଙ୍କୁ ଧମକଚମକ ଦେବାରୁ ତା’ ନାମରେ ଗତସପ୍ତାହରେ ଦୁଜାନା ଥାନାରେ ୨ଟି ଅଭିଯୋଗ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories