www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁର ଗଳିତ ଶବ ଉଦ୍ଧାର

ନୀଳଗିରି : ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁର ଗଳିତ ଶବ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ମୋହନ ମୁର୍ମୁ (୩୬) ଗତ ରବିବାର ନୀଳଗିରି ବ୍ଲକ କେସିପୁର ପଞ୍ଚାୟତର ଖଡ଼ିଚୁଆସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ଦୀର୍ଘ ୫ଦିନ ହେବ ସେ ନିଖୋଜ ଥିବା ବେଳେ କୁଲଡିହା ଅଭୟାରଣ୍ୟର ଖଡ଼ିଚୁଆ ଅଞ୍ଚଳରେ ସ୍ଥାନୀୟ କେତେକ ଲୋକେ ଗୁରୁବାର ମୋହନଙ୍କ ମୃତଦେହ ଠାବ କରିଥିଲେ । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିବାବେଳେ ମୃତଦେହ ପଚି ଦୁର୍ଗନ୍ଧ ବହାରୁଛି । ଖବରପାଇ ବରହମପୁର ପୁଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଶ୍ୱଶୁର ଘରକୁ ଆସି ଜ୍ୱାଇଁଙ୍କ ଆତ୍ମହତ୍ୟା ଘଟଣାନେଇ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ମୃତକ ମାନସିକ ବିକାରଗ୍ରସ୍ତ ଓ ସେ ଚିକିତ୍ସା ନିମନ୍ତେ ଆସିଥିବା ନେଇ ଶ୍ୱଶୁର ଘର ଲୋକେ ବୟାନ ରଖିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories